Home ଜିଲ୍ଲା ପରିକ୍ରମା ଶ୍ରାବଣ ୪ର୍ଥ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାର କାଉଡିଆ

ଶ୍ରାବଣ ୪ର୍ଥ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାର କାଉଡିଆ

11

ଭଦ୍ରକ, ୧୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣ ମାସର ୪ର୍ଥ ସୋମବାରରେ ଆରଡି ପୀଠରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କକରିବା ପାଇଁ ୨୦ ହଜାର କାଉଡିଆଙ୍କ ଭିଡ ଲାଗିଥିଲା । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରବିବାର ଠାରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇଆସିବେ, ସେଥିପାଇଁ ନଦୀଘାଟର ଉଭୟ ପାଶ୍ୱର୍ରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା । ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରିନକରିବାକୁ ୨ ଜଣ ଅଧିକାରୀଙ୍କ ସହ ୬ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ରବିବାର ଠାରୁ ବାବାଙ୍କ ଉପରେ କାଉଡିଆମାନେ ଜଳଲାଗି ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.