Home ଜିଲ୍ଲା ପରିକ୍ରମା ଶ୍ରାବଣ ୩ୟ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ ବଢିବ ସୁରକ୍ଷା ବ୍ୟବସ୍ଥା -ଏସପି , ନିୟୋଜିତ...

ଶ୍ରାବଣ ୩ୟ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ ବଢିବ ସୁରକ୍ଷା ବ୍ୟବସ୍ଥା -ଏସପି , ନିୟୋଜିତ ରହିବେ ବରିଷ୍ଠ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ ଫୋର୍ସ, କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା

8

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ମାସ ୩ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଭକ୍ତମାନଙ୍କର ସମାଗମ ହେବାକୁ ଥିବାରୁ ପୀଠରେ କିପରି କରାଯାଇଛି ସୁରକ୍ଷା ବ୍ୟବସ୍ଥା ତାର ସ୍ଥିତି ପରଖିବା ପାଇଁ ଗୁରୁବାର ମଧ୍ୟାହ୍ନରେ ଭଦ୍ରକ ଏସପି ମନୋଜ ରାଉତ ଆରଡି ପୀଠରେ ପହଂଚି ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ଼ ବୁଲି ଦେଖିଥିଲେ। ବିଶେଷକରି ଜଳପଥ ଓ ସ୍ଥଳପଥରେ ଆସୁଥିବା କାଉଡ଼ିଆ ଭକ୍ତମାନଙ୍କର ସୁଗମ ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହ ପୀଠରେ ସୁରକ୍ଷା ବ୍ୟବସ୍ଥା ବଢାଯିବ ବୋଲି ଏସପି ଶ୍ରୀ ରାଉତ କହିଥିଲେ। ୩ୟ ସୋମବାର ଠାରୁ ପୀଠରେ ବରିଷ୍ଠ ଅଧିକାରୀଙ୍କ ସହ ୧୫ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯିବ ବୋଲି ସୂଚନା ଦେଇଥିଲେ। ପବିତ୍ର ଶ୍ରାବଣ ମାସ ପାଇଁ ଚଳଚଂଚଳ ହୋଇ ଉଠିଛି ବାବା ଆଖଣ୍ଡଳମଣିଙ୍କ ପୀଠ। ଏହି ମାସରେ ହରହର ମହାଦେବଙ୍କୁ ଜଳାଭିଷେକ କଲେ ବହୁ ପୂଣ୍ୟ ମିଳିଥାଏ ସେଥିପାଇଁ ଲକ୍ଷାଧିକ କାଉଡ଼ିଆ ଭକ୍ତ ବିଭିନ୍ନ ନଦୀରୁ ଜଳ ଭାର ଧରି ଖାଲି ପାଦରେ ଚାଲିଚାଲି ଆସିଥାନ୍ତି ବାବାଙ୍କ ପୀଠକୁ। ଲକ୍ଷାଧିକ କାଉଡ଼ିଆ ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଶ୍ରାବଣ ସୋମବାର ପାଇଁ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ପାଇଁ ୧୧ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା। ହେଲେ ୩ୟ ସୋମବାରରେ ଅଧିକ ସଂଖ୍ୟକ କାଉଡ଼ିଆ ଭକ୍ତ ଆସିବାକୁ ଥିବାରୁ ପୀଠରେ ସୁରକ୍ଷା ବ୍ୟବସ୍ଥା ବଢାଯି୍ୱା ପାଇଁ ଉଭୟ ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ ନିଷ୍ପିତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.