Home ଜିଲ୍ଲା ପରିକ୍ରମା ଶ୍ରାବଣ ୩ୟ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୬୦ହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି...

ଶ୍ରାବଣ ୩ୟ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୬୦ହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା

6

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣମାସର ୩ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ପୀଠରେ ୬୦ହଜାର କାଉଡିଆଙ୍କ ଭିଡ ଲାଗିଥିଲା। ହଜାରହଜାର କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍‌ଯବସ୍ଥା କରାଯାଇଥିଲା। ସେହିପରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ, ଧାନଖଣିଆ ୩ଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀ। ବୈତରଣୀରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଭରାନଦୀରେ କାଉଡିଆଙ୍କ ଜଳପରିବହନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୨ଜଣ ଅଧିକାରୀଙ୍କ ସହ ୩ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଥିଲା । ହେଲେ ହଜାରହଜାର କାଉଡ଼ିଆଙ୍କୁ ନଦୀ ପାର ପାଇଁ ଅଣାୟତ ହୋଇଥିଲା। ଫଳରେ ଅଧିକ ସଂଖ୍ୟକ ପୁଲିସ ଅଧିକାରୀ ରହି ଭକ୍ତଙ୍କୁ ସୁରୁଖୁରୁରେ ପାରି କରିଥିଲେ। ଏପଟେ କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରବିବାର ମଧ୍ୟରାତ୍ରରୁ ମଣିବାବାଙ୍କ ଉପରେ ଜଳଲାଗି କରିଥିଲେ କାଉଡିଆ। ଅନ୍ୟପଟେ ବୈତରଣୀରେ ଆସିଥିବା ବନ୍ୟାପାଣି ଆଖଣ୍ଡଳମଣି -ଯାଜପୁର ଜାତୀୟ ରାଜପଥର ବୋଡକ ଠାରେ ୨ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ରାତିରେ କାଉଡ଼ିଆଙ୍କ ଯାତାୟତ ବନ୍ଦ ରଖିଥିଲା ପ୍ରଶାସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.