Home ଜିଲ୍ଲା ପରିକ୍ରମା ଶ୍ରାବଣ ୩ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୩୦ ହଜାର କାଉଡିଆ, ପୀଠରେ କଡା ସୁରକ୍ଷା...

ଶ୍ରାବଣ ୩ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୩୦ ହଜାର କାଉଡିଆ, ପୀଠରେ କଡା ସୁରକ୍ଷା ବ୍ୟବସ୍ଥା, ନଦୀଘାଟରେ ଜଗିଲେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ

9

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣ ମାସର ୩ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ୩୦ ହଜାର କାଉଡିଆଙ୍କ ଭିଡ ଲାଗିଥିଲା । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ, ଧାନଖଣିଆ ୩ଟି ନଦୀକୂଳକୁ ଜଗି ରହିଥିଲେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ । ଭରାନଦୀରେ କାଉଡିଆଙ୍କ ଜଳ ପରିବହନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରିନକରିବାକୁ ୨ ଜଣ ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ରବିବାର ଠାରୁ ମଣିବାବାଙ୍କ ଉପରେ ଜଳଲାଗି କରିଥିଲେ କାଉଡିଆ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.