Home ଜିଲ୍ଲା ପରିକ୍ରମା ଶ୍ରାବଣ ୨ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ପୀଠରେ ବ୍ୟାପକ ସୁରକ୍ଷା...

ଶ୍ରାବଣ ୨ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଜଳପଥକୁ ଜଗି ରହିଲେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ

34

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣମାସରେ ୨ୟ ସୋମବାରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର କାଉଡିଆଙ୍କ ଭିଡ ଜମିଥିଲା ପୀଠରେ । ସୋମବାର ଭୋର ରୀତିନୀତି ଅନୁଯାୟୀ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସରିବା ପରେ କାଉଡିଆ ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡ ଯାଇ ମଣିବାବାଙ୍କୁ ଜଳଲାଗି କରିଥିଲେ । ଏଥିପାଇଁ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଶେଷକରି ଜଳପଥରେ ଆସୁଥିବା କାଉଡିଆଙ୍କ ସୁରକ୍ଷିତ ଯାତୟତ ପାଇଁ ଅଧିକ ସଂଖ୍ୟକ ମୋଟର ଚାଳିତ ଡଙ୍ଗା ନିୟୋଜିତ କରାଯାଇଥିବାବେଳେ ନଦୀର ଉଭୟ ପାଶ୍ୱର୍ରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ମୁତୟନ ରହିଥିଲେ । ସେହିପରି ମନ୍ଦିର ପରିସରରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହିତ କାଉଡିଆ ଭକ୍ତ ଧାଡିରେ ଯେପରି ଯାଇ ଜଳଲାଗି କରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ କରାଯାଇଥିଲା । ଭିଡକୁ ଦୃଷ୍ଟିରେ ରଖି ପୀଠରେ ବ୍ୟାପକ ପୁଲିସ୍ ମୁତୟନ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.