Home ଜିଲ୍ଲା ପରିକ୍ରମା ଶ୍ରାବଣ ମାସର ୨ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଲକ୍ଷାଧିକ କାଉଡିଆ

ଶ୍ରାବଣ ମାସର ୨ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଲକ୍ଷାଧିକ କାଉଡିଆ

18

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣ ମାସର ୨ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ଲକ୍ଷାଧିକ କାଉଡିଆଙ୍କ ଭକ୍ତଙ୍କ ଭିଡ ଜମିଥିଲା ଆରଡି ପୀଠରେ । ଏହି ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ସ୍ଥଳପଥ ଓ ଜଳପଥରେ ୩ ଥାକିଆ ବ୍ୟବସ୍ଥା କରାଯାଇଥିଲା । ରବିବାର ରାତ୍ରିରୁ କାଉଡିଆ ଭକ୍ତମାନେ ଧାଡିରେ ଯାଇ ବାବାଙ୍କୁ ଜଳଲାଗି କରିଥିଲେ । ସେମାନଙ୍କ ବୋଲବମ୍ ହରହର ବୋମ୍ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା ସମଗ୍ର ଆରଡି ପୀଠ । ଲକ୍ଷାଧିକ କାଉଡିଆ ଭକ୍ତଙ୍କ ମଧ୍ୟରୁ ଅଧିକାଂଶ କାଉଡିଆ ଜଳପଥରେ ଆସୁଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ନଦୀଘାଟର ଉଭୟ ପାଶ୍ୱର୍ରେ ପୁଲିସ୍ ମୁତୟନ ରହିଥିବାବେଳେ ନଦୀରେ ପଇଁତରା ମାରିଥିଲେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ । ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅଧିକ ସଂଖ୍ୟକ କାଉଡିଆ ଭକ୍ତଙ୍କ ସମାଗମ ହୋଇଥିବାରୁ ଜଳଲାଗି ସମୟରେ ଦୀର୍ଘଘଂଟା ଧରି ଠେଲାପେଲା ଲାଗି ରହିଥିଲା । ଫଳରେ ପୁଲିସ୍‌କୁ କିଛି ସମୟ ପାଇଁ ନାନା ହରକତ ହେବାକୁ ପଡିଥିଲା । ଅନ୍ୟପଟେ ରବିବାର ରାତିରୁ ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଟ୍ରାଫିକ୍ ଜାମ୍ ଯୋଗୁଁ ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଥିଲା । ଯେଉଁଥିପାଇଁ ବହୁ କାଉଡିଆ ଭକ୍ତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.