Home ଜିଲ୍ଲା ପରିକ୍ରମା ଶ୍ରାବଣମାସର ୨ୟ ସୋମବାର ପାଇଁ ଆରଡି ପୀଠରେ ଲାଗିଛି କାଉଡିଆଙ୍କ ଭିଡ, ଭିଡକୁ ଦୃଷ୍ଟିରେ ରଖି...

ଶ୍ରାବଣମାସର ୨ୟ ସୋମବାର ପାଇଁ ଆରଡି ପୀଠରେ ଲାଗିଛି କାଉଡିଆଙ୍କ ଭିଡ, ଭିଡକୁ ଦୃଷ୍ଟିରେ ରଖି ପୀଠରେ ୧୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

10

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣମାସର ୨ୟ ସୋମବାର ପାଇଁ ରବିବାର ଠାରୁ ଆଖଣ୍ଡଳମଣିଙ୍କ ପୀଠରେ ଲାଗିଛି ହଜାରହଜାର କାଉଡିଆଙ୍କ ଭିଡ। ବୋଲ ବମ ହରହର ବମ ଧ୍ୱନିରେ ପ୍ରକମ୍ଫିତ ହେଉଛି ସମଗ୍ର ଆରଡିପୀଠ। ହଜାରହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ୱରେ ପୁଲିସ ମୁତୟନ ରହିଥିବା ବେଳେ ନଦୀରେ ପଇଁତରା ମାରୁଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ଏପଟେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତାହାସହ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୨୪ଘଂଟିଆ ପେଟ୍ରୋଲିଂ ବ୍ୟବସ୍ଥା ସହ ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.