Home ଜିଲ୍ଲା ପରିକ୍ରମା ଶ୍ରାବଣମାସର ୨ୟ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଲକ୍ଷାଧିକ କାଉଡିଆ, ଏଥରବି ଖାଲଖମା ଓ ଅନ୍ଧାର...

ଶ୍ରାବଣମାସର ୨ୟ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଲକ୍ଷାଧିକ କାଉଡିଆ, ଏଥରବି ଖାଲଖମା ଓ ଅନ୍ଧାର ରାସ୍ତାରେ ଚାଲିଚାଲି ଆସିଲେ କାଉଡ଼ିଆ

24

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣମାସର ୨ୟ ସୋମବାରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଲକ୍ଷାଧିକ କାଉଡିଆଙ୍କ ଭକ୍ତ । ଗତ ରବିବାର ମଧ୍ୟାହ୍ନରୁ କାଉଡିଆଭକ୍ତମାନେ ଧାଡିରେ ଯାଇ ବାବାଙ୍କ ଚଳନ୍ତି ପ୍ରତିମା ଶ୍ରାବଣୀ ମହାଦେବଙ୍କ ଉପରେ ଜଳଲାଗି କରିଥିଲେ । ଏପରିକି କାଉଡିଆଙ୍କ ବୋଲ ବମ ହରହର ବମ ଧ୍ୱନିରେ ପ୍ରକମ୍ଫିତ ହୋଇ ଉଠିଥିଲା ସମଗ୍ର ଆରଡିପୀଠ । ଲକ୍ଷାଧିକ କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ ରହିଥିବା ବେଳେ ନଦୀରେ ପଇଁତରା ମାରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଏପଟେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅଧିକ ସଂଖ୍ୟକ କାଉଡିଆଭକ୍ତଙ୍କ ସମାଗମ ହୋଇଥିବାରୁ ଜଳାଲାଗି ସମୟରେ ଦୀର୍ଘଘଂଟା ଧରି ଠେଲାପେଲା ଲାଗି ରହିଥିଲା । ଅନ୍ୟପଟେ ରବିବାର ରାତିରୁ ଭଦ୍ରକପ ଆଖଣ୍ଡଳମଣି ରାସ୍ତାରେ ଟ୍ରାଫିକ ଜାମ ଯୋଗୁ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା । ଫଳରେ କାଉଡିଆଭକ୍ତ ନାନା ଅସୁବିଧାରେ ସମୁଖିନ୍ନ ହୋଇଥିଲେ । ସେହିପରି ପୀଠର ପ୍ରବେଶପଥ ପାନ୍ଥନିବାସ ଠାରୁ ମେଡିକାଲ ଛକ ଓ ତିହିଡିପଆରଡି ରାସ୍ତାର ଗୁଡିଆସାହି ଗଳି ଆଦି ଅନେକ ରାସ୍ତା ଅନ୍ଧକାର ହୋଇଥିବାରୁ କାଉଡିଆ ନାନା ଅସୁବିଧାର ସମୁଖିନ ହୋଇଥିବା ବେଳେ ଖାଲଖମା ରାସ୍ତା ମରାମତି କରାଯାଇନଥିବାରୁ ବହୁ ଅସୁବିଧାରେ ଚାଲିଚାଲି ଆସିଥିଲେ କାଉଡ଼ିଆ ଭକ୍ତ । ଖାଲଖମା ରାସ୍ତା ସାଙ୍ଗକୁ ଅନ୍ଧାର ରାସ୍ତାରେ ସରିସୃପ ଭୟ ଘାରିଥିଲା ଭକ୍ତଙ୍କୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.