Home ଜିଲ୍ଲା ପରିକ୍ରମା ଶ୍ରାବଣମାସର ଶେଷ ସୋମବାର ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାରହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି...

ଶ୍ରାବଣମାସର ଶେଷ ସୋମବାର ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାରହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା

4

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣମାସ ଶେଷ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ହଜାରହଜାର କାଉଡିଆ ଭକ୍ତଙ୍କ ଭିଡ ଲାଗିଥିଲା ପୀଠରେ। କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଠାରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତାହାସହ ଶୃଙ୍ଖଳିତ ଜଳଲାଗି ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ୱରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା। ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୬ଜଣ ଅଧିକାରୀଙ୍କ ସହ ୬ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଥିଲା । ରବିବାର ଠାରୁ ବାବାଙ୍କ ଉପରେ କାଉଡିଆମାନେ ଜଳଲାଗି କରିଥିଲେ। କାଉଡ଼ିଆ ଭକ୍ତଙ୍କ ବୋଲବମ ହରର ବୋମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପୀଠ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.