Home ଜିଲ୍ଲା ପରିକ୍ରମା ଶ୍ରାବଣମାସର ପ୍ରଥମ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ଅନ୍ଧାର ଓ ଖାଲଖମା...

ଶ୍ରାବଣମାସର ପ୍ରଥମ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ, ଅନ୍ଧାର ଓ ଖାଲଖମା ରାସ୍ତାରେ ଚାଲିଲେ ଭକ୍ତ, ଜଳପଥ ଓ ସ୍ଥଳପଥରେ କଡା ସୁରକ୍ଷା

13

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିଥିଲେ ହଜାରହଜାର କାଉଡ଼ିଆ ଭକ୍ତ। ସୋମବାର ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ପରେ ରୀତିନୀତି ଅନୁଯାୟୀ ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ଅନ୍ୟ ନୀତି ଧୂପ ସମ୍ପନ୍ନ କରାଯାଇଥିଲା। ଏପଟେ କଡ଼ା ସୁରକ୍ଷା ମଧ୍ୟରେ କାଉଡ଼ିଆମାନେ ଧାଡ଼ିରେ ଆସି ଶ୍ରାବଣୀ ମହାଦେବଙ୍କ ଉପରେ ଜଳାଭିଷେକ କରିଥିଲେ। ହଜାରହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସେହ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ କରାଯାଇଥିଲା। ଲଘୁଚାପ ଜନିତ ବର୍ଷା ଯୋଗୁ ନଦୀ ଉଛୁଳା ଥିବାରୁ ନଦୀ ମଧ୍ୟରେ ପଇଁତରା ମାରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ସେହିପରି ସ୍ଥଳପଥରେ ପୁଲିସ ପକ୍ଷରୁ ରବିବାର ଓ ସୋମବାର ୨ଦିନ ଧରି ପୁଲିସ ପଖରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା। ଏପଟେ କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ହେଲେ ଦୂରଦୂରାନ୍ତରରୁ ଶହଶହ କିଲୋମିଟର ଖାଲିପାଦରେ ଚାଲିଚାଲି ଆସୁଥିବା କାଉଡିଆ ଭକ୍ତ ଆସୁଥିଲେ ମଧ୍ୟ ପୀଠକୁ ସଂଯୋଗ କରୁଥିବା ରାସ୍ତା ମରାମତି କରାଯାଇନଥିବାରୁ ଖାଲଖମା ରାସ୍ତାରେ ବହୁ ଅସୁବିଧାରେ ଆସିଥିଲେ କାଉଡିଆ। ତାହାସହ ରବିବାର ରାତିରେ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତା ଓ ବାଇପାସ ରାସ୍ତା ସହ ନଦୀ ରାସ୍ତା ଅନ୍ଧକାରମୟ ହୋଇ ରହିଥିବାରୁ କାଉଡିଆଭକ୍ତ ଯାତାୟତ କରିବାରେ ନାନା ଅସୁବିଧା ଦେଖା ଦେଇଥିଲା। ଭଦ୍ରକ ଜିଲାପାଳ ଶ୍ରାବଣ ପ୍ରଥମ ସୋମବାରରେ ପୀଠକୁ ଆସି ବାବାଙ୍କୁ ଦର୍ଶନ କରିବା ପରେ ସେବାୟତମାନଙ୍କ ସହ ଦେଖାଦେଇଥିବା ଅସୁବିଧା ସର୍ମ୍ପକରେ ଆଲୋଚନା କରିବା ସହ ଆସନ୍ତା ରବିବାର ପୂର୍ବରୁ ସବୁ ଠିକ୍ ଠାକ୍ କରାଯିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.