Home ଜିଲ୍ଲା ପରିକ୍ରମା ଶ୍ରମିକ ଶୋଷଣ ନୀତିରେ ଧାମରା ବନ୍ଦର,ବିଏମଏସ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ସ୍ଥାଣୁ :...

ଶ୍ରମିକ ଶୋଷଣ ନୀତିରେ ଧାମରା ବନ୍ଦର,ବିଏମଏସ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ସ୍ଥାଣୁ : ୨୨ତାରିଖରେ ଧାମରା ବନ୍ଦର ଆଗରେ ଧାରଣା ଚେତାବନୀ

48

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ତୁପକ୍ଷ କେବଳ ଶ୍ରମିକ ମାନଙ୍କୁ ଶୋଷଣ କରି ଚାଲିଛି । ଏହି ଶୋଷଣ ସୀମାହନ ହୋଇ ପଡିଥିବା ବେଳେ କେବେ ଏହି ଶ୍ରମିକ ମାନଙ୍କୁ ନ୍ୟାର୍ଯ୍ୟ ପ୍ରାପ୍ୟ ମିଳିବ ସେନେଇ ସ୍ୱର ଉଠାଇଛି ଭାରତୀୟ ମଜଦୁର ସଂଘ । ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ପୁନଶ୍ଚ ଧାମରା ବନ୍ଦର ।ଗରେ ଧାରଣା ଚେତାବନୀ ଦେଇଛି । ଘଟଣାରୁ ପ୍ରକାଶ ଭାରତୀୟ ମଜଦୁର ସଂଘ ଶ୍ରମିକ ମାନଙ୍କ ହିତରେ କାର୍ଯ୍ୟ କରୁଥିବା ବେଳେ ଧାମରା ବନ୍ଦର କର୍ତୁପକ୍ଷ ନିଜର ଏକ ଏଲ ଏନ ଜି ଟର୍ମିନାଲ ନିର୍ମାଣ କରୁଛନ୍ତି ।ଏହି ଟର୍ମିନାଲରେ ହଜାର ହଜାର ସଂଖାରେ ବାହାର ରାଜ୍ୟର ଶ୍ରମିକ କାର୍ଯ୍ୟରତ । ବାହାର ରାଜ୍ୟର ଶ୍ରମିକ ମାନଙ୍କୁ କୋବିଦ-୧୯କୁ ଆଖି ଆଗରେ ରଖି ନିଯୁକ୍ତି ନଦେବାକୁ ରାଜ୍ୟ ମାନବାଧିକାର ଆୟୋଗ ଏକ ଚିଠି କରିଥିଲେ । ସମାଜସେବୀ ଅମୀୟ ମହାପାତ୍ରଙ୍କ ଦ୍ୱାରା ହୋଇଥିବା ପିଟିସନରେ ମାନବାଧିକାର ଆୟୋଗ ଚିଠି ପାଇବା ପରେ ମଧ୍ୟ ଧାମରା ବନ୍ଦର କର୍ତୁପକ୍ଷ ବହୁ ସଂଖ୍ୟାରେ ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କୁ ଶୋଷଣ କରି ଚାଲିଛନ୍ତି । ଏହି ବେନିୟମ ନିଯୁକ୍ତିର ପ୍ରତିବାଦ ଏବଂ ଶ୍ରମିକ ମାନଙ୍କ ହିତ ପାଇଁ ଭାରତୀୟ ମଜଦୁର ସଂଘ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଶିଳ୍ପାୟନ ଆଇନକୁ କଡାକଡି ଭାବରେ ପାଳନ କରିବା , ଶ୍ରମିକ ମାନଙ୍କୁ ୧୨ଘଂଟା ବଦଳରେ ୮ଘଂଟା ଖଟାଇବା, ପ୍ରତିବର୍ଷ ସର୍ବନିମ୍ନ ୫ହଜାର ଟଙ୍କା ବେତନ ବୃଦ୍ଧି, ସଫା ସୁତୁରା ପାଇଁ ମାସିକ ୫ଶହ ଟଙ୍କା ଭତା ପ୍ରଦାନ କରିବା,ଆକ୍ସିଡେଂଟ ହେଉଥିବା ଶ୍ରମିକ ମାନଙ୍କର ସମସ୍ତ ଖର୍ଚ ବହନ କରିବା,ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ଶ୍ରମିକ ମାନଙ୍କ ଦେୟ ପ୍ରଦାନ, ଶ୍ରମିକ ମାନଙ୍କୁ ସେମାନଙ୍କର ଦେୟର ମାସିକିଆ ପ୍ରମାଣପତ୍ର ଦେବା,ବାର୍ଷିକ ଗେଟ ପାସ ଦେବା, ଠିକାଦାର ବଦଳି ଯାଉଥିବା ବେଳେ ଶ୍ରମିକ ମାନଙ୍କୁ ପୂର୍ବ ଠିକାଦାରଙ୍କ ସମୟସୀମାକୁ ଗ୍ରହଣ କରିବା,ପ୍ରୋଭିଡେଂଟ ଫଣ୍ଡ ଏବଂ ଇଏସଆଇ ନିୟମିତ ପ୍ରଦାନ କରିବା, ପ୍ରତିମାସର ପ୍ରଥମ ସପ୍ତାହରେ ସେମାନଙ୍କ ଦେୟ ପ୍ରଦାନ କରିବା, ସମସ୍ତ ଶ୍ରମିକ ମାନଙ୍କୁ ଶ୍ରମ ନିୟମ ଆଇଡି ୧୯୪୭ ଅନୁଯାୟୀ ଗ୍ରହଣ କରିବା,ବନ୍ଦରାଂଚଳ ପରିସୀମା ମଧ୍ୟରେ ଶ୍ରମିକ ମାନଙ୍କ ହିତ ପାଇଁ ଏକ ବିଏମଏସର ଅଫିସ ଖୋଲିବା ପାଇଁ ଅନୁମତି ଦେବା, ରାତ୍ରିକାଳୀନ ଭତା ପ୍ରଦାନ ଏବଂ ଶ୍ରମିକ ମାନଙ୍କୁ ବନ୍ଦରାଂଚଳରେ ଘର ଯୋଗାଇବା,କ୍ୟାଟିଂନ ରେ ସୁଲଭ ମୂଳ୍ୟରେ ଖାଦ୍ୟ ଯୋଗାଇବା,ଖରାଦିନରେ ସେମାନଙ୍କ ପାଇଁ ବିଶ୍ରାମଗୃହ ସହ ପିଇବା ପାଣି ଏବଂ ସବୁସମୟରେ ମେଡିକାଲ ଫେସିଲିଟ ସହ ୨୪ଘଂଟିଆ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଭାରତୀୟ ମଜଦୁର ସଂଘ ଦାବୀ ଜଣାଇଛି ।

 

 

ଏହି ସମସ୍ତ ଦାବୀ ଜିଲ୍ଲା ଶ୍ରମ ଆୟୋଗଙ୍କ ନିକଟରେ ହୋଇଥିବା ବେଳେ ବନ୍ଦର କର୍ତୁପକ୍ଷ ଜାଣିଶୁଣି ଏହାର ଜବାବ ରଖୁ ନାହାନ୍ତି ଏବଂ ଯେଉଁ ଜବାବ ରଖୁଛନ୍ତି ତାହା ଯୁକ୍ତିଯୁକ୍ତ ନୁହେଁ ବୋଲି ବିଏମଏସର ସଭାପତି ଶାନ୍ତନୁମହପାତ୍ର ନିଜର ଉତର ରଖିଛନ୍ତି ।ଏଥିସହ ଧାମରା ବନ୍ଦର କର୍ତୁପକ୍ଷ (ଆଦାନୀ) ପକ୍ଷରୁ ହେଉଥିବା ଏଲଏନଜି ଟର୍ମିନାଲର ପ୍ରକୃତ ସ୍ଥାୟୀ ପରିଚାଳକ ଭାବରେ କାହାରିଙ୍କୁ ନିଯୁକ୍ତି ଦିଆ ଯାଇ ନଥିବା ବେଳେ କିପରି ରାଜ୍ୟ ଶ୍ରମ ବିଭାଗ ଏହି କଥାକୁ ଗୁରୁତ୍ୱର ସହ ବିଚାରକୁ ନେଉ ନାହାନ୍ତି ତାହାର ପ୍ରତିବାଦ କରିଛନ୍ତି । ଏଥିସହ ଏହି ଟର୍ମିନାଲ ସାଇଟରେ କିପରି ଧାମରା ବନ୍ଦର କର୍ତୁପକ୍ଷ ମାଲିକାନ ଦେଖାଉଛନ୍ତି ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ମଧ୍ୟ ମତ ରଖିଛନ୍ତି ।ଏହାର ପ୍ରତିବାଦରେ ଆସନ୍ତା ୨୨ତାରିଖ ଧାମରା ବନ୍ଦର ଆଗରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.