Home ଜିଲ୍ଲା ପରିକ୍ରମା ଶ୍ରମିକ ବିରୋଧୀ ଶ୍ରମ କୋର୍ଡକୁ ବିରୋଧ କରି ଆସନ୍ତା ମେ ୨୦ ରେ ଭଦ୍ରକରେ ସାଧାରଣ...

ଶ୍ରମିକ ବିରୋଧୀ ଶ୍ରମ କୋର୍ଡକୁ ବିରୋଧ କରି ଆସନ୍ତା ମେ ୨୦ ରେ ଭଦ୍ରକରେ ସାଧାରଣ ସଭା ପାଇଁ ପ୍ରସ୍ତୁତି ବୈଠକ

8

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କର, ସମସ୍ତ ଠିକା, ସ୍କିମ , ଅସଂଗଠିତ ଶ୍ରମିକ ମାନଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା ଘୋଷଣା କର, କାର୍ଯ୍ୟକ୍ଷେତ୍ରରେ ଠିକା ଶ୍ରମିକ, ବହିରାଗତ ଶ୍ରମିକ, ସ୍କିମ ଶ୍ରମିକ ବ୍ୟବସ୍ଥା ପ୍ରତ୍ୟାହାର କରି ସମାନ କାମକୁ ସମାନ ମଜୁରୀ ପ୍ରଦାନ କର, ସମ୍ବିଧାନର ମୌଳିକତା ଉପରେ ଆକ୍ରମଣ ବଂଦ କର, ଦଳିତ,ଆଦିବାସୀ ଓ ସଂଖ୍ୟାଲଘୁ ମାନଙ୍କ ଉପରେ ଆକ୍ରମଣ ବଂଦ କର, ଦେଶର ସଂଘୀୟ ବ୍ୟବସ୍ଥା ର ସୁରକ୍ଷା ସହ ଧର୍ମୀୟ କ୍ଷେତ୍ରରେ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖ, ନୂତନ ଶିକ୍ଷାଆଇନ-୨୦୨୦ ବାତିଲ କର, ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଅ, ଅତ୍ୟାବଶ୍ୟକ ସାମଗ୍ରୀ ର ଦର କମାଅ, ମୋଦି ସରକାର ଜାତୀୟ ସଂପତି ବିକ୍ରି ବଂଦ କର ଆଦି ଦାବି ନେଇ ଆସନ୍ତା ଜୁଲାଇ ୯ ତାରିଖରେ ସର୍ବଭାରତୀୟ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ । ଏହି ସାଧାରଣ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ମେ , ୨୦ ତାରିଖରେ ଭଦ୍ରକ କଚେରୀ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସାଧାରଣ ସଭାକୁ ସଫଳ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବରିଷ୍ଠ ଚାଷୀ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଭଦ୍ରକ ଜାନକୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍‌ଯ ସଭାପତି ତଥା ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଏଆଇଟିୟୁସି ରାଜ୍ୟ କମିଟି ସଭ୍ୟ ରମେଶ ଯେନା, ଏଆଇସିସିଟିୟୁ ଜିଲ୍ଲା ସଂପାଦକ ସମର ବଳ, ଏଆଇୟୁଟିୟୁସି ଜିଲ୍ଲା ସଂପାଦକ ରାମଚନ୍ଦ୍ର ଶଙ୍ଖୁଆ,ଏଆଇଏଫଟିୟୁ ଜିଲ୍ଲା ସଂପାଦକ ସୁଶାନ୍ତ ଜେନା, ଏଚ୍ ଏମ୍ ଏସ୍ ଜିଲ୍ଲା ସହ ସଂପାଦକ ନାସିରୁଦ୍ଦିନ ଖାନ୍‌, ନବନିର୍ମାଣ ଯୁବ ଛାତ୍ର ସଂଗଠକ ଜାହିର ଖାନ୍‌, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ , ଉତର ଓଡିଶା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଭଦ୍ରକ ଜିଲ୍ଲା ସଂପାଦକ ଅଗଣି ଚରଣ ଜେନା, ବରିଷ୍ଠ ବାମପନ୍ଥୀ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.