Home କଟକ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଶ୍ରମିକ କାର୍ଡ ଏବଂ ମୃତ୍ୟୁ କାଳୀନ ସୁବିଧା ପ୍ରଦାନ

ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଶ୍ରମିକ କାର୍ଡ ଏବଂ ମୃତ୍ୟୁ କାଳୀନ ସୁବିଧା ପ୍ରଦାନ

65

କଟକ, ୫/୮ (ଓଡ଼ିଆ ପୁଅ/ ଅଭୟ ଜେନା) ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ପାଢୀଙ୍କ ପୌରାହିତ୍ୟ ଆୟୋଜିତ ସଭାରେ ମେୟର ସୁବାସ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ୫୦ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଶ୍ରମିକ କଲ୍ୟାଣ କାର୍ଡ ପ୍ରଦାନ କରିବା ସହିତ ୨ ଜଣ ଶ୍ରମୀକଙ୍କର ମୃତ୍ୟୁ କାଳୀନ ସୁବିଧା ପ୍ରଦାନ କରିଥିଲେ।

କଟକ ମହାନଗର ନିଗମର ୱାର୍ଡ ନ ୨୦ ରେ ପଞ୍ଚାନନ ସେଠୀଙ୍କର ମୃତ୍ୟୁ ପରେ ତାଙ୍କର ପତ୍ନୀ ସୁଜାତା ସେଠୀଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୧ଲକ୍ଷ ୫ ହଜାର ଟଙ୍କା ପ୍ରଦାନ ଏବଂ ୱାର୍ଡ ନ ୧୩ ର ରାଜ ଲକ୍ଷ୍ମୀ ମହାନ୍ତି ଙ୍କୁ ୨ଲକ୍ଷ ୫ ହଜାର ଟଙ୍କା ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରିଥିଲେI

ଉକ୍ତ ସଭାରେ ଶ୍ରମିକ କଲ୍ୟାଣ କାର୍ଡ ମିଳିଥିବା ଲୋକମାନଙ୍କ ମଧ୍ୟ୍ୟରେ ପରଭେଜ ଆଲାମ, ଆଦିତ୍ୟ ଅଗ୍ରୱାଲ, ଛବିନ୍ଦ୍ର ବାରିକ, ଉର୍ମିଳା ବେହେରା, ସେକ ନିଜାମ, ମହମଦ ୱିଲିଆସ, ଫିରୋଜ ଖାନ, ସୋଫିଆ ବେଗମ, ନବକିଶୋର ସ୍ୱାଇଁ, ପ୍ରାଣ କୃଷ୍ଣ ସାହୁ ପ୍ରମୁଖ ଶ୍ରମିକ କଲ୍ୟାଣ କାର୍ଡ ମାନ୍ୟବର ମେୟରଙ୍କ ହସ୍ତ ରୁ ଗ୍ରହଣ କରିଥିଲେ। ଆଜିର ସଭା ରେ ପ୍ରଦୀପ କୁମାର ବାରିକ, ଜଗନ୍ନାଥ ସ୍ୱାଇଁ, ଅମରେନ୍ଦ୍ର କାଣ୍ଡି, ଦିଲାବାର ହୁସେନ, ମିହିର କୁମାର ସାହୁ, ସଯିଦ ହୁସେନ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.