Home Top News ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା : ହତ୍ୟା ପରେ ଫ୍ରିଜ କିଣିଥିଲା ଅଫତାବ, ଶ୍ରଦ୍ଧା ଶରୀରକୁ ୩୫...

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା : ହତ୍ୟା ପରେ ଫ୍ରିଜ କିଣିଥିଲା ଅଫତାବ, ଶ୍ରଦ୍ଧା ଶରୀରକୁ ୩୫ ଖଣ୍ଡରେ କାଟି ରଖିଥିଲା ଫ୍ରିଜରେ

55

ନୂଆ ଦିଲ୍ଲୀ ୧୬-୧୧ (ଓଡ଼ିଆ ପୁଅ) ଶ୍ରଦ୍ଧା ୱାକର ହତ୍ୟା ମାମଲାରେ କ୍ରମାଗତ ଭାବରେ ନୂଆ ଖୁଲାସା ହେଉଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଅମିନ ପୁନାୱାଲା ମୃତଦେହକୁ ହଟାଇବା ପାଇଁ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ସେ ଗୁଗୁଲରେ ଅନେକ ସର୍ଚ୍ଚ କରିଥିଲା ଏବଂ ପରେ ଫ୍ରିଜ୍ କିଣିଥିଲା ଏବଂ ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ମୃତଦେହକୁ ଠିକଣା ଲଗାଇବା ପାଇଁ ଯୋଜନା କରିଥିଲା।

ଶ୍ରଦ୍ଧା ଏବଂ ଅଫତାବଙ୍କ ପ୍ରେମ କାହାଣୀ ଏବଂ ଉଭୟଙ୍କ ମଧ୍ୟରେ ପରବର୍ତ୍ତୀ ବିବାଦ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମେ ୧୮ ରେ ଏହି ଦମ୍ପତି ମୁମ୍ବାଇରୁ ଦିଲ୍ଲୀର ମେହେରୋଲି ଅଞ୍ଚଳକୁ ଯାଇଥିଲେ। ମେ ୧୮ ରେ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଅଫତାବ ଶ୍ରଦ୍ଧାକୁ ଚୁପ୍ କରିବା ପାଇଁ ମୁହଁ ଚାପି ଦେଇଥିଲା। ଏହା ପରେ ଶ୍ରଦ୍ଧାର ଗଳା ଦବାଇ ଛାତି ଉପରେ ଚଢ଼ିଯାଇଥିଲା।

ଖବର ଅନୁଯାୟୀ ପୋଲିସକୁ ଦେଇଥିବା ବିବୃତ୍ତିରେ ଅଫତାବ ଏହି ସବୁ କଥା କହିଛି। ମେ ୧୮ ରେ ଶ୍ରଦ୍ଧା ହତ୍ୟା କରିବା ପରେ ସେ ପୁରା ଘଟଣା ଲୁଚାଇବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲା। ତେଣୁ ଶ୍ରଦ୍ଧାର ହତ୍ୟାକୁ ନେଇ ଯେପରି କାହାର ସନ୍ଦେହ ହେବ ନାହିଁ, ତେଣୁ ସେ ଶ୍ରଦ୍ଧାର ସୋସିଆଲ ମିଡିଆ ଆକାଉଣ୍ଟକୁ ଅପଡେଟ୍ କରିବା ଆରମ୍ଭ କରିଥିଲା। ଏପରିକି ସେ ଶ୍ରଦ୍ଧାର କ୍ରେଡିଟ କାର୍ଡ ବିଲ ମଧ୍ୟ ପୈଠ କରିଥିଲା।

ମେ ୧୮ ରେ ହତ୍ୟା ପରେ ତା’ ଆଗରେ ସବୁଠାରୁ ବଡ କାମଥିଲା ମୃତଦେହକୁ କିପରି ହଟାଇବ। ସେଥିପାଇଁ ସେ ହତ୍ୟାର ପରଦିନ ଏକ ୩୦୦ ଲିଟର ଫ୍ରିଜ୍ ଏବଂ ଏକ ଆରୀ କିଣିଥିଲୀ। ଏହା ପରେ ସେ ଶ୍ରଦ୍ଧାର ମୃତ ଶରୀରକୁ ୩୫ ଖଣ୍ଡରେ କାଟି ଫ୍ରିଜରେ ରଖିଥିଲା। ଫ୍ଲାଟରେ ଯେପରି କୌଣସି ପ୍ରକାରର ଗନ୍ଧ ନହୁଏ ସେଥିପାଇଁ ସେ ବଡ଼ ଫ୍ରିଜ କିଣିବା ସହିତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା। ଶ୍ରଦ୍ଧାର ମୃତଦେହ ଫ୍ରିଜରେ ଥିବା ବେଳେ ମଧ୍ୟ ଅନେକ ଲୋକ ଘରକୁ ଆସୁଥିଲେ। ଏପରିକି ସେ ଏକ କୋଠରୀରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଥିଲା।

ପୋଲିସକୁ ଦେଇଥିବା ବିବୃତ୍ତିରେ ଅଫତାବ କହିଛି ଯେ, ସେ ପ୍ରତିଦିନ ଫ୍ରିଜରେ ରଖାଯାଇଥିବା ଶ୍ରଦ୍ଧାର ଶରୀରର ଅଂଶ ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ମେହେରୋଲି ଜଙ୍ଗଲରେ ଫୋପାଡ଼ିବା ଆରମ୍ଭ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.