Home ଜିଲ୍ଲା ପରିକ୍ରମା ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନଙ୍କ ମତ : ସେବା ଓ ସଙ୍ଗୀତ ପାଇଁ ମନେରହିବେ ବନମାଳୀ

ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନଙ୍କ ମତ : ସେବା ଓ ସଙ୍ଗୀତ ପାଇଁ ମନେରହିବେ ବନମାଳୀ

37

ପିପିଲି ୧୫-୧୨ (ଓଡ଼ିଆ ପୁଅ) ସ୍ଥାନୀୟ ଅଂଚଳରେ ସମାଜସେବା ଓ ଲୁପ୍ତପ୍ରାୟ କଳାକୁ ଉଜ୍ଜିବିତ କରିବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ବନମାଳୀ ମିଶ୍ର ସବୁଦିନ ପାଇଁ ମନେରହିବେ। ଖଞ୍ଜଣି ବାଦନ ସହ ସେ ଗାଇଥିବା ପୁରାତନ ଭଜନ ଓ ଜଣାଣ ତାଙ୍କୁ ଅମର ରଖିବ ବୋଲି ସ୍ୱର୍ଗତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ପୁରୀ ଜିଲ୍ଲା ପିପିଲିର ଜଣାଶୁଣା ଖଞ୍ଜଣି ଭଜନ ଗାୟକ ତଥା ଭାରତୀୟ ଜାତୀୟ କଂଗ୍ରେସର ଜଣେ ଆଜୀବନ କର୍ମୀ ଶ୍ରୀ ବନମାଳୀ ମିଶ୍ରଙ୍କ ସ୍ମୃତିରେ କମଳା ସାଗର ପାଟଣା ଗାଁରେ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ଉଦଘାଟନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ। ସେ କହିଲେ, ଏହି ସଭାରେ ବିଭିନ୍ନ ଅଂଚଳ ଓ ଗାଁରୁ ଏକାଠି ହୋଇଥିବା ଶହ ଶହ ଲୋକଙ୍କ ସମାଗମ ହିଁ ବନମାଳୀ ମିଶ୍ରଙ୍କ ଲୋକପ୍ରିୟତାକୁ ପ୍ରତିପାଦିତ କରୁଛି। ସେ ଲୋକଙ୍କ ପାଇଁ କାମ କରିଥିବାରୁ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ। ଏହି ଅବସରରେ ‘ବାପା’ ବିଷୟକୁ ନେଇ ୧୫ ଜଣ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଶିକ୍ଷକ ରସାନନ୍ଦ ପ୍ରଧାନ ଓ ଅନାଦି ବାରିକ କହିଥିଲେ। ଏହି ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅଭିନେତ୍ରୀ ନମ୍ରତା ଦାସ (ଡଲି ଅପା), ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ସାମ୍ବାଦିକ ମୀନକେତନ ମିଶ୍ର, ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକ, ସଂଗୀତକାର ପବିତ୍ର ପରିଡା, ପ୍ରବଚକ ବାସୁଦେବ ସାହୁ ପ୍ରମୁଖ ବନମାଳୀଙ୍କ ସାମାଜିକ କାର୍ଯ୍ୟ ଓ ସଂଗୀତ କ୍ଷେତ୍ରରେ ତାଙ୍କର ଅବଦାନକୁ ମନେପକାଇଥିଲେ। ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦ୍ୱିତୀୟ ଅଧିବେଶନରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଆଡଭୋକେଟ୍ ଶିବାନନ୍ଦ ରାୟ, ସୁଧୀର ମହାନ୍ତି, ରଣଜିତ୍ ଦାସ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶରତ ରାଉତ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଜେପି ନେତା ଆଶ୍ରିତ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ରୁଦ୍ର, ପିପିଲି ଏନଏସି ଅଧ୍ୟକ୍ଷ ଶେଖ୍ ବାବୁ, ବିଜେଡି ମୁଖାପାତ୍ର ଓମ୍ ପ୍ରକାଶ ସାହୁ, ସ୍ଥାନୀୟ କଂଗ୍ରେସ ନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ମାନସ ଆଚାର୍ଯ୍ୟ, ନିରୂପମା ପାତ୍ର, ମାହି ନିକାତ୍, କଂଗ୍ରେସର ମୁଖପାତ୍ର ଅମୀୟ ପାଣ୍ଡବ, ପ୍ରଶାନ୍ତ ଶତପଥୀ, ରଜନୀକାନ୍ତ ମହାନ୍ତି, ଜ୍ଞାନ ଦେବ ବେଉରା ପ୍ରମୁଖ ବନମାଳୀଙ୍କ ସ୍ମୃତି ଚାରଣ କରିବା ସହ ଆଗାମୀ ପିଢୀକୁ ତାଙ୍କର କାର୍ଯ ସବୁବେଳ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ବନମାଳୀଙ୍କ ମଝିଆ ପୁଅ ତଥା କଂଗ୍ରେସ ମୁଖପାତ୍ର ଆଡଭୋକେଟ୍ ନିଶିକାନ୍ତ ମିଶ୍ର ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ଡିସେମ୍ବର ୨ ତାରିଖରେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରାଖାନାରେ ତାଙ୍କର ପରଲୋକ ହୋଇଥିଲା। କରୋନା ସମୟରେ ସେ ଗାଇଥିବା ପୁରାତନ ଭଜନର ଭିଡିଓଗୁଡିକ ଭାଇରାଲ୍ ହେବାରେ ଲାଗିଥିଲା। ତାଙ୍କ କଣ୍ଠରେ ‘ନ ଚାହାଁ ମାୟା ଦର୍ପଣେ’, ‘ରାମ ନଭଜିଲୁ ତୁଣ୍ଡରେ’, ‘ନୀଳାଚଳେ ଲାଗିଛି ଲୀଳା’, ‘ଉଡୁରେ ! ଲୋଟଣି ପାରା’, ‘ଛଟକ ନ ଦେଖା କାହାକୁ’, ‘ଆରେ ଭୁଲାମନ ଦିନେ ସରିଯିବ ସୁଖ ସମ୍ପଦ’, ‘ଲଭରେ ଲହକା ମନ’, ‘ଟିକେ ଭଜରେ ଶ୍ୟାମସୁନ୍ଦର’, ‘ତେଜ ମନ ବାବାଜୀ ମାୟା ମଠକୁ’ ଆଦି ପୁରାତନ ଭଜନଗୁଡିକ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ଦୟା ମହୋତ୍ସବ, ଇଣ୍ଡିଆ ମିଡିଆ ସେଣ୍ଟର, ଚେତନା ଓଡିଶା ଆଦି ସଂଗଠନର ସେ ଉପଦେଷ୍ଟା ମଧ୍ୟ ଥିଲେ। ତେବେ ମଙ୍ଗଳବାର ଦିନ ଶ୍ରଦ୍ଧାଞ୍ଜଳି ସଭା ପରେ ସ୍ମୃତି କଳିଙ୍ଗ ସଂସ୍ଥା ପକ୍ଷରୁ ଭଜନ ସଂଧ୍ୟା ଆୟୋଜିତ ହୋଇଥିଲା। ଏଥିରେ ଯୁବ କଳାକାରମାନେ ସଂଗୀତ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.