Home ଓଡ଼ିଶା ଶ୍ରଦ୍ଧାଙ୍କ ପସନ୍ଦ କଣ

ଶ୍ରଦ୍ଧାଙ୍କ ପସନ୍ଦ କଣ

384

ମୁମ୍ବାଇ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):

କଥାଟି ପଢି ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ଶ୍ରଦ୍ଧାଙ୍କ କିଭଳି ଅବସ୍ଥା ଆସିଲା ଯେ, ତାଙ୍କୁ ଚୋର ବଜାର ଯିବାକୁ ପଡିଲା। କଥାଟି କିନ୍ତୁ ଭିନ୍ନ। ନିକଟରେ ଏକ ଇଣ୍ଟରଭ୍ୟୁରେ ଶ୍ରଦ୍ଧା କହିଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀକୁ ଆସିବା ଯୋଗୁଁ ପସନ୍ଦ ଥିବା ଅନେକ କାମକୁ କରିପାରୁନାହିଁ। ମୋତେ ରିକ୍ସାରେ ଯିବା, ଘର ପର୍ଯ୍ୟନ୍ତ ଚାଲିକି ଯିବା, ଦୋକାନରେ ଜିନିଷକୁ ନେଇ ମୂଲଚାଲ କରିବା ଇତ୍ୟାଦି ପସନ୍ଦ। କିନ୍ତୁ ଏବେ ସବୁ ମୁଁ କରିପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଶ୍ରଦ୍ଧା ଅଭିନେତ୍ରୀ ହେବା ପୂର୍ବରୁ ଚୋର ବଜାର ଯାଇ ବହୁତ ସାରା ଜିନିଷ କିଣୁଥିଲେ। ଏପରି କରିବା ତାଙ୍କର ବେଶ୍‌ ପସନ୍ଦ ରହିଥିଲା। ଏହାଛଡା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚା ତାଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି କହିଛନ୍ତି ଶ୍ରଦ୍ଧା। ନିଜ କାମକୁ ଉପରେ ଫୋକସ ରଖିବା ସହ ଅନ୍ୟ କୌଣସି କଥାରେ ଧ୍ୟାନ ଦିଅନ୍ତି ନାହିଁ ଶ୍ରଦ୍ଧା।

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ଅପ୍‌କମିଙ୍ଗ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ଶ୍ରଦ୍ଧା ସାଉଥ ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସଙ୍କ ସହିତ ନଜର ଆସିବେ। ଏହି ଫିଲ୍ମ ର ଚର୍ତୁଥ ଗୀତ ‘ ବେବି ୱଣ୍ଟ ୟୁ ଟେଲ ମି ରିଲିଜ ହୋଇଛି। ପୂର୍ବରୁ ଏହାର ସବୁ ଗୀତକୁ ଦର୍ଶକେ ପସନ୍ଦ କରିଛନ୍ତି। ସାହୋକୁ ନେଇ ଶ୍ରଦ୍ଧା ବହୁତ ଚିନ୍ତାରେ ରହିଛନ୍ତି। ଫିଲ୍ମ ‘ସାହୋ’ ପରେ ଶ୍ରଦ୍ଧା ନିତେଶ ତିଓ୍ଵାରୀଙ୍କ ଫିଲ୍ମ ‘ଛିଛୋରେ’ଙ୍କ ପ୍ରମୋଶନ ମଧ୍ୟ କରୁଛନ୍ତି। ଶ୍ରଦ୍ଧାଙ୍କ ଫିଲ୍ମ ସାହୋ ଅଗଷ୍ଟ ୩୦ରେ ରିଲିଜ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.