Home ଜିଲ୍ଲା ପରିକ୍ରମା ଶୈଳେନ୍ଦ୍ରପଲ୍ଲିରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଶୈଳେନ୍ଦ୍ରପଲ୍ଲିରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

7

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ନଳଗୋହିରା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶୈଳେନ୍ଦ୍ରପଲ୍ଲୀ ସରକାରି ଉ, ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାଳିକ ସଭାପତିତ୍ୱ କରୁଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ପ୍ରଫୁଲ୍ଲ ଦାସ ଓ ମୁଖ୍ୟ ଅତିଥି ଭାବରେ ନଳଗୋହିରା ପଂଚାୟତର ସରପଂଚ ପ୍ରତାପ ମହାଳିକ ଯୋଗଦେଇଥିଲେ ।ତେବେ ଏହି ଶିଶୁ ସୁରଭି କାର୍ଯ୍ୟକ୍ରମରେ ନଳଗୋହିରା କ୍ଲଷ୍ଟର ଅଧୀନରେ ଥିବା ୧୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅପରାହ୍ନରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ତେବେ ଏହି କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସୁରଥ ଚନ୍ଦ୍ର ସେଠୀ, ପ୍ରକାଶ କୁମାର ନାୟକ, ପ୍ରତାପ କୁମାର ସିଂ, ଅଜୟ ମହାଳିକ, କମଳା କାନ୍ତ ନାୟକ ଓ ଶଶିକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହିବା ସହିତ କମିଟିର ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.