Home କେନ୍ଦୁଝର ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର ୨ରେ

ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର ୨ରେ

97

ହାଟଡ଼ିହି, ୨୦ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଶୈଳବାଳା ଫାଉଣ୍ଡେସନ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ଆମ ଓଡିଶାର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆସନ୍ତା ଜାନୁୟାରୀ ମାସ ୨ତାରିଖ ଦିନ ଇଞ୍ଚୋଳ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟକ୍ରମକୁ ଚୁଡାନ୍ତ କରାଯାଇଛି । ଶୈଳବାଳା ଫାଉଣ୍ଡେସନର ସଭାପତି ରାଜୀବ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆମ ଓଡିଶା ସଂଯୋଜକ କିଶୋର ଆଚାର୍ଯ୍ୟ, ସୁକୁମାର ନାୟକ, ଅଜୟ ନାୟକ, ଜଗନ୍ନାଥ ସାହୁ, ବିକ୍ରମ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ସାହୁ, ପ୍ରଭାତ ପାତ୍ର ପ୍ରମୁଖ ଯୋଗଦେଇ ରକ୍ତର ବିକଳ୍ପ ନଥିବାରୁ ରକ୍ତଦାନ ଶିବିରର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଶିବିରକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଶୈଳବାଳା ଫାଉଣ୍ଡେସନ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ରକ୍ତଦାନ ଶିବିର ସହିତ ଏକ ଅଙ୍ଗଦାନ ଶିବିର ମଧ୍ୟ ଅନୁଷ୍ଠିତ ହେବ । ଏହା ସହିତ ଉତ୍କଳ ଗୌରବ ସେବା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ଶିବିର ସକାଳ ୧୦ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ଓ ଏହି ଶିବିରରେ ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବାକୁ ସମ୍ମତି ଦେଇଛନ୍ତି । ଶିବିରରେ ରକ୍ତଦାନ ଓ ଅଙ୍ଗଦାନ କରିବାକୁ ଇଛୁକ ବ୍ୟକ୍ତିମାନେ ରାଜୀବ ନାୟକ ୯୯୩୭୯୧୧୨୨୨, ସୁକୁମାର ନାୟକ ୯୬୫୮୭୦୫୨୮୯, ଅଜୟ ନାୟକ ୯୬୫୮୪୫୦୫୮୯, କିଶୋର ଆଚାର୍ଯ୍ୟ ୯୪୩୭୭୨୭୬୭୩ରେ ଯୋଗଯୋଗ କରିବାକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.