Home ଜିଲ୍ଲା ପରିକ୍ରମା ଶେଷ ପର୍ଯ୍ୟାୟ ଟାର୍ଗେଟ ବିଳମ୍ବିତ, ରାସ୍ତାରୋକକୁ ଓହ୍ଲାଇଲେ ଟୋକନଧାରୀ

ଶେଷ ପର୍ଯ୍ୟାୟ ଟାର୍ଗେଟ ବିଳମ୍ବିତ, ରାସ୍ତାରୋକକୁ ଓହ୍ଲାଇଲେ ଟୋକନଧାରୀ

4

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ କିଣା ସରକାରୀ ବ୍ୟବସ୍ଥାର ଶେଷ ସମୟରେ ଅଚଳାବସ୍ଥା ସୃଷ୍ଟି ହୋଇ ଅଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଥିବା ୧୬ଟି ମଣ୍ଡି ରେ ସରକାରୀ ଟାର୍ଗେଟ ସରିଛି। ସମୁଦାୟ ୪୬, ୩୫୦କ୍ୱିଂଟାଲ ଧାନର ଟାର୍ଗେଟ ଆବଶ୍ୟକ ଥିବା ବେଳେ ଆଉ ଦୁଇଦିନ ଧାନ କିଣା ଅବଧି ଥିଲା ବେଳେ ପ୍ରଶାସନ ନିଦା ବିଷ୍ଣୁ ସାଜିଛି। ଏପଟେ ଟୋକନ୍ ଧାରୀ ସହିବାର ସୀମା ଅତିକ୍ରମ କରି ଆଜି ପୂର୍ତ ବିଭାଗର ସରସଦା ମଣିନାଥପୁର ରାସ୍ତାକୁ ସକାଳ ୭ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ ଧାନ ବସ୍ତା ରଖି। ସରସଦା ସିରିଡ଼ି ସାଇ ଏସଏଚଜି ଅଧୀନରେ ଥିବା ଚାଷୀ ଏହାର ନେତୃତ ନେଇଥିଲା ବେଳେ ପାଖ ଜଳମନ୍ଦୁଆ, ରହାନିଆ ଓ ଦକ୍ଷିଣ ବାଡ, ମାଳଦା ମଣ୍ଡିର ଚାଷୀ ବିଳମ୍ବ ରେ ପହଂଚି ଥିଲେ। ଖବର ପାଇ ତହସିଲଦାର ରୋଜାଲିନ ବେହେରାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ ଓ ଥାନାଧିକାରିଣୀ ରାଜ ଲକ୍ଷ୍ମୀ ନାୟକ ବୁଝା ସୁଝା କରି ଆସନ୍ତା କାଲି ୧୨ଟା ମଧ୍ୟରେ ସମସ୍ୟା ସମାଧାନକରିବାକୁ ପ୍ରତିଶ୍ରୁତି ଦେବାରୁ ଟୋକନ ଧାରୀ ଅବରୋଧରୁ ହଟିଥିଲେ। ଚାଷୀ ପ୍ରଦ୍ୟୁମ୍ନ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ମେଡ଼ିକାଲ ରେ ଭର୍ତି କରାଯାଇଥିଲା। ଓମ ବାବା ମନି ମଣ୍ଡି ର ୮୦ଚାଷୀ ମଧ୍ୟ ଆସନ୍ତା କାଲି ଆନ୍ଦୋଳନ କୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉ ଥିବା ଜଣାଯାଇଛି। ଟାର୍ଗେଟ କାହିଁକି ଆସୁନଥିବା ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ମତା ମତ ସନ୍ଧ୍ୟା ନେବାରୁ ସେ ଉକ୍ତ ସମସ୍ୟା ନେଇ ଜିଲ୍ଲାପାଳଙ୍କ ପାଖରେ ଥିବା କହି ସମୟ ମାଗି ଥିଲେ। ଏପଟେ ଟୋକନଧାରୀ ଜିଲ୍ଲାପାଳଙ୍କ ନିକଟରେ ବିଶ୍ୱାସ ରଖିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.