Home ଓଡ଼ିଶା ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

61

ପୁରୀ ୧୯-୬ (ଓଡ଼ିଆ ପୁଅ) ରଥଯାତ୍ରା ନିମନ୍ତେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ତିନି ରଥର କଳସ, ପାଖୁଡା, ଚନ୍ଦ୍ର ଶାଳୀ କାର୍ଯ୍ୟ ଚାଲିଛି। ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଯେଉଁ କାର୍ଯ୍ୟ ଆବଶ୍ୟକ ତାହା ଚାଲୁ ରହିଛି। ତିନିରଥର ପୋଟଳ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ତିନିରଥର ଖପୁରି ଏବଂ ପାରାଭାଡ଼ିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡ଼ିଥାଏ। ସେଥିମଧ୍ୟରୁ ତିନିରଥର ‘ବଡ଼ଧରା’ ପୋଟଳ ପଡ଼ିଛି। ତିନିରଥର ସମ୍ମୁଖ ଭାଗ ବ୍ୟତୀତ ଅନ୍ୟ ତିନି ପାର୍ଶ୍ଵରେ ବଟନ ବାଡ଼ିଆ ଶେଷ ହୋଇଛି। ଏହାପରେ ବେଦି ଚାରିପଟେ ପଟା ପକାଯିବ। ଏଥସହ ତିନିରଥର ନାହାକା କଇଁଛି ଦୁଇଟି ଲେଖାଏଁ ଉଭୟ ପାର୍ଶ୍ଵରେ ପଡ଼ିଛି। ତିନି ରଥର ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇ ରଥ ନିକଟରେ ସାଇତା ଯାଇଛି। ଏହି କତରା ରଥତ୍ରୟରେ ଫିଟିଙ୍ଗ କରାଯିବ। ତିନିରଥର ୮ଟି ଲେଖାଏଁ ମଗର ମୁଖ ପଟା ନିର୍ମାଣ ସରିଛି। ତିନିରଥର ଚାର ପରିଚ୍ଛା ନିର୍ମାଣ ଶେଷ ପରେ ରୂପକାର ସେବକମାନେ ସେଥିରେ ଡାଳି ଲତା ଏବଂ ପଦ୍ମପାଖୁଡା ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ୧୨ଟି ଲେଖାଏଁ କଣି ଫାଉଡା ନିର୍ମାଣ ଶେଷ ହଉଛି I ତିନିରଥର ରୂପକାର ସେବକମାନେ ୮ଟି ଲେଖାଏଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିବା ସହ ତିନିରଥର ଚାର ପରିଛାରେ ଡାଳି ଲତା ଏବଂ ପଦ୍ମ ପାଖୁଡ଼ା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ସେବକମାନେ ତିନିରଥର ପାର୍ଶ୍ଵ ଦେବଦେବୀ ମୂର୍ତ୍ତିଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖୀଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.