Home ଓଡ଼ିଶା ଶେଷ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାନ-୨

ଶେଷ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାନ-୨

451

ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ):

ଚନ୍ଦ୍ର ନିକଟରେ ଚନ୍ଦ୍ରଯାନ-୨ । ଚନ୍ଦ୍ରର ପଞ୍ଚମ ତଥା ଶେଷ କକ୍ଷରେ ପହଞ୍ଚିଛି ଚନ୍ଦ୍ରଯାନ-୨ । ଆଜି ଭାରତୀୟ ସମୟ ଦିନ ୧୨ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ ଚନ୍ଦ୍ରଯାନ-୨ର ଅର୍ବିଟରଠାରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ପୃଥକ ଭାବେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ଲ୍ୟାଣ୍ଡର ବିକ୍ରମ ନିଜ ସହ ରୋଭର ପ୍ରଜ୍ଞାକୁ ମଧ୍ୟ ନେଇ ଯିବ । ଲ୍ୟାଣ୍ଡର ବିକ୍ରମ ଠିକ୍‌ ଭାବେ କାମ କରୁଛି କି ନାହଁ ଜାଣିବା ପାଇଁ ଇସ୍ରୋର ବୈଜ୍ଞାନିକମାନେ ଆସନ୍ତାକାଲି କିଛି ପରୀକ୍ଷା କରିବେ । ଆସନ୍ତାକାଲି ପ୍ରଥମ ଡିଆର୍ବିଟର ଓ ୪ ତାରିଖରେ ଦ୍ୱିତୀୟ ଡିଆର୍ବିଟର ଶେଷ ହେବ । ଅର୍ଥାତ୍‌ ୪ ତାରିଖରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଅତି ନିକଟତର ହେବ । ଚନ୍ଦ୍ରଠାରୁ ଏହି କକ୍ଷର ଦୂରତା ସର୍ବାଧିକ ୯୭ କିମି ଓ ସର୍ବନିମ୍ନ ୩୫ କିମି ରହିବ ।

ଆସନ୍ତା ସେପ୍ଚେମ୍ବର ୭ ତାରିଖ ଭୋର ଗୋଟାଏ ୫୫ ମିନିଟରେ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବ । ଏଥିରେ ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର । ଜୁଲାଇ ୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର GSLV MK-3 ରକେଟ୍‌ ଯୋଗେ ଚନ୍ଦ୍ରଯାନ-୨କୁ ପ୍ରେରଣ କରାଯଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.