Home ଜାତୀୟ ଶେଷରେ ଇସ୍ତଫା ଦେଲେ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ

ଶେଷରେ ଇସ୍ତଫା ଦେଲେ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ

313

ମୁମ୍ବାଇ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା କାଲି ନଭେମ୍ବର-୯ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି ଦୁଇ ମେଣ୍ଟ ସହଯୋଗୀ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ସମାଧାନ ନ ବାହାରିବାରୁ ଫଡନବୀସ ଇସ୍ତଫା ଦେଇଛନ୍ତିା ସମ୍ବିଧାନ ଅନୁସାରେ ଏହି ତାରିଖ ପୂର୍ବରୁ ନୂଆ ବିଧାନସଭା ଗଠିତ ହେବାର ନିୟମ ଅଛି । କିନ୍ତୁ ନୂଆ ସରକାର ଗଠନ ନହୋଇପାରିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନବୀସ ଗଣମାଧ୍ୟମ ନିକଟରେ ନିଜର ମତ ରଖି କହିଛନ୍ତିଯେ ଲୋକମାନେ ବିଜେପି-ଶିବସେନା ମେଣ୍ଟକୁ ସରକାର ଗଠନ ପାଇଁ ଜନାଦେଶ ଦେଇଛନ୍ତି । କିନ୍ତୁ ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ବୁଝାମଣା ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.