Home ଜିଲ୍ଲା ପରିକ୍ରମା ଶୁଭମ ସଂଗଠନ କୁ ପ୍ରକୃତିମିତ୍ର ପୁରସ୍କାର

ଶୁଭମ ସଂଗଠନ କୁ ପ୍ରକୃତିମିତ୍ର ପୁରସ୍କାର

14

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ସମାରୋହ ରେ ଶୁଭମ ସ୍ୱେଛାସେବୀ ସଂଗଠକୁ ତୃତୀୟ ଥର ପାଇଁ ପ୍ରକୃତିମିତ୍ର ପୁରସ୍କାର ମିଳିଛି। ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତି କୃଷି ଶିକ୍ଷା ଅଡ଼ିଟୋରିୟମ ଠାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୂଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଙ୍କ ସହିତ ରାଜ୍ୟ ପ୍ରଦୂଷଣ ବୋର୍ଡ ର ନିର୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଚଳିତ ବର୍ଷ ଭଦ୍ରକ ବ୍ଲକ ଅଂଚଳ ରେ ପରିବେଶ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ଶୁଭମ ସ୍ୱେଛାସେବୀ ସଂଗଠନ କୁ ରାଜ୍ୟ ସ୍ତରୀୟ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାକୁ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଦାନ କରିଥିଲେ। ଶୁଭମ ସଂଗଠନ କୁ ଏହି ପୁରସ୍କାର ପ୍ରଦାନ ସହିତ କୋଡିଏ ହଜାର ଟଙ୍କାର ଆର୍ôଥକ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଏହି ସଂଗଠନ ପୂର୍ବରୁ ଦୁଇ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପ୍ରକୃତି ମିତ୍ର ପୁରସ୍କାର ପାଇ ଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତେଣୁ ସଂଗଠନ ସବୁ କର୍ମକର୍ତା ଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି। ତେଣୁ ସଂଗଠନ ପକ୍ଷରୁ ଏଥିପାଇଁ ଜିଲ୍ଲା ପରିବେଶ ସମିତି ଓ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ ଜଣା ଯାଇଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.