Home ଜିଲ୍ଲା ପରିକ୍ରମା ଶୁଭମ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ଓ ଆଲୋଚନା ଚକ୍ର

ଶୁଭମ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ଓ ଆଲୋଚନା ଚକ୍ର

6

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳ ବିନା ଜୀବଜଗତ ବଂଚିବା ଅସମ୍ଭବ. ତେବେ ସେହି ଜଳ ଯଦି ପ୍ରଦୂଷିତ ହେବ ତାହା ଯିବ ଜଗତ କୁ କ୍ଷତି ରେ ପହଂଚାଇବ। ତେଣୁ ଜଳ ର ଶୁଦ୍ଧତା ଓ ସଂରକ୍ଷଣ ପ୍ରତି ସମସ୍ତେ ଯତ୍ନଶୀଳ ହୋଇ କାର୍ଯ୍ୟ କଲେ ନଦୀର ଜଳ ପ୍ରଦୂଷଣ ରୂ ମୁକ୍ତ ରହିବା ସହିତ ଜଳ ର ସୁବିନିଯୋଗ ହୋଇ ପାରିବ ବୋଲି ନେହେରୁ ଯୁବ କେନ୍ଦ୍ର ସହଯୋଗ ରେ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଆୟୋଜିୟ ବିଶ୍ୱ ଜଳ ଦିବସ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ର ରେ ବହୁ ବିଶିଷ୍ଟ ବେକ୍ତି ମାନେ ଯୋଗ ଦେଇ କହିଛନ୍ତି। ଏହି ଉପଲକ୍ଷେ ଭଦ୍ରକ ସହରସ୍ଥିତ ମଦର୍ଶ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଜଳ ଦିବସ ଉପଲକ୍ଷେ ଜଳ ପ୍ରଦୂଷଣ ର ଭୟାବହତା ଓ ଏହାର ନିରାକରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ମୂଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ମୂଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ତ୍ୟାଗ ଭୂମି ର ସଭାପତି ଅଜୟ ନାୟକ, ଏଲଖା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ସେଠୀ, ଶିକ୍ଷାବିତ ତଥା ସମାଜସେବୀ ସୁରେନ୍ଦ୍ର ପଣ୍ଡା. ଆଇନୀଜୀବୀ କଳ୍ପତରୁ ପରିଡା ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଜଳ ପ୍ରଦୂଷଣ ଦ୍ୱାରା କିପରି ଯିବ ଜଗତ ବିପଦ ଆଡକୁ ଗତି କରୁଛି ସେ ବିଷୟ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଜଳ ର ଶୁଦ୍ଧତା ଓ ସଂରକ୍ଷଣ ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖ ନିୟ କାର୍ଯ୍ୟ କରିଥିବା ସରତ ଚନ୍ଦ୍ର ଜେନା ଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ଓ ମେମୋଂଟ ଦିଆ ଯାଇ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ରେ ସଂଗଠନ ର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ଅତିଥି ମାନଙ୍କ ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଭାପତି ହୃଷିକେଶ ବାରିକ ପ୍ରାରମ୍ଭିକ ସୂଚନା ଓ ଉପ ସଭାପତି ଆନନ୍ଦ ଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ର ରେ ବିଭିନ୍ନ ବିଦ୍ୟାଳୟ ରୂ ଛାତ୍ରଛାତ୍ରୀ ଙ୍କ ସହିତ ଅନେକ ସାମାଜିକ ଅନୁଷ୍ଠାନ ର କର୍ମକର୍ତା ମାନେ ଯୋଗ ଦେଇଥିଲେ। ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କୁ ସଂଗଠନ ବରିଷ୍ଟ ସଦସ୍ୟ ଆନନ୍ଦ ଚନ୍ଦ୍ର ପଲେଇ, ରତିକାନ୍ତ ବାରିକ, ରାଜା ପାଣିଗ୍ରାହୀ, ଚନ୍ଦନା ନାୟକ, ବନ୍ଦିତା ପଣ୍ଡା, ମିତା ରାଣୀ ମହାପାତ୍ର, ସୁଶୀଳାବାଳା ନାୟକ, ପୁଷ୍ପ ଲତା ଦାସ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.