Home ଜିଲ୍ଲା ପରିକ୍ରମା ଶୀତଳଷଷ୍ଠୀ ଯାତ୍ରା – ୨୦୨୧ : ବଂ ବଂ ବରାଡ଼ ବାଲୁଙ୍କେଶ୍ବରାୟଙ୍କ “ଗଂଠାଳ ଫିଟା”, ମାତା...

ଶୀତଳଷଷ୍ଠୀ ଯାତ୍ରା – ୨୦୨୧ : ବଂ ବଂ ବରାଡ଼ ବାଲୁଙ୍କେଶ୍ବରାୟଙ୍କ “ଗଂଠାଳ ଫିଟା”, ମାତା ପାର୍ବତୀଙ୍କ ସହିତ ହଳଦୀ ଖେଳ ପରେରୁଦ୍ରା ଭିଷେକ।

272

ସମ୍ବଲପୁର, ୧୫/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ମଙ୍ଗଳବାର ନନ୍ଦପଡା ବଂ ବଂ ବରାଡ଼ ବାଲୁଙ୍କେଶ୍ବର ବାବା ଙ୍କ “ଗଂଠାଳ ଫିଟା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ବର୍ଷ ମା ପାର୍ବତୀ ଙ୍କ କନ୍ୟାପିତା ମାତା ଦାୟିତ୍ୱ ନିର୍ବାହ କରିଥିବା ସୁକାନ୍ତ ବିଶି ଓ ରିକିଂ ବିଶି ଙ୍କ ଶୁଭଶ୍ରୀ ବିହାର, ଅଇଁଠାପାଲି ସ୍ଥିତ ବାସଭବନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ “ଗଂଠାଳ ଫିଟା” ପରେ ଚଳିତ ବର୍ଷର ମା ପାର୍ବତୀ ଙ୍କ କନ୍ୟା ପିତାମାତା ଦାୟିତ୍ୱ ତୁଲାଉଥିବା ଗୋପାଳ ସାହୁ ଓ ପ୍ରମିଳା ସାହୁ ପରିବାର ବର୍ଗ ସହିତ ମା ପାର୍ବତୀ ଙ୍କୁ ମନ୍ଦିର ରେ ପୂଜାର୍ଚନା ପରେ ନିଜ ବାସଭବନ କୁ ନେଇ ଯାଇଥିଲେ। ସେଠାରେ ମହିଳା ମାନେ ମାତା ପାର୍ବତୀ ଙ୍କ ସହିତ ହଳଦୀ ଖେଳି ଥିଲେ। ଏହା ପରେ ବାଲୁଙ୍କେଶ୍ୱର ମନ୍ଦିରରେ ବାବା ବାଲୁଙ୍କେଶ୍ୱର ଙ୍କ ରୁଦ୍ରା ଭିଷେକ କରାଯାଇଥିଲା। ରାମ ଚରଣ ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଏଥିରେ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, କାର୍ତିକ ନନ୍ଦ, ଶୀତଳଷଷ୍ଠୀ ଦେବ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ର ଓ ତୁଲେସ ମହାପାତ୍ର ସହଯୋଗ କରିଥିଲେ।

ଏହା ପରେ ବାବା ବାଲୁଙ୍କେଶ୍ୱର ଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ରେ ବର ବେଶରେ ସଜ୍ଜିତ କରାଯାଇଥିଲା। ଏଥିରେ ଚକ୍ର ମିଶ୍ର, ଅଶ୍ୱିନୀ ହୋତା, ପ୍ରଫୁଲ୍ଲ ହୋତା, ଭୁବନ ମୋହନ ମିଶ୍ର, ଆଶୁତୋଷ ମିଶ୍ର, ଅରୁଣକାନ୍ତି ମିଶ୍ର, ସନତ ନନ୍ଦ, ଅବିନାଶ ମିଶ୍ର, ଅନୁଭବ ମିଶ୍ର, ବାଳଗୋପାଳ ନନ୍ଦ, ପ୍ଲାବନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟା ୬ଟା ୩୦ ମି.ରେ ବରପକ୍ଷ କନ୍ୟା ଘରକୁ ପିନ୍ଧାନୀ କରିବା ପାଇଁ ଯାଇଥିଲେ। ଏହା ପରେ ରାତ୍ର ୮ଟା ରେ କନ୍ୟା ପକ୍ଷ ବର ଘରକୁ ବରଯାତ୍ରୀ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ପରେ ପରେ ମାତା ପାର୍ବତୀ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପକୁ ଆସିଥିଲେ। ରାତି ପ୍ରାୟ ୧୧ ଟା ସମୟରେ ବରବେଶୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର (ବଂ ବରାଡ଼ ବାଲୁଙ୍କେଶ୍ୱର ଙ୍କ ଚାଲନ୍ତି ପ୍ରତିମା) ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ ମନ୍ଦିରରୁ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ମଧ୍ୟ ରାତ୍ର ପରେ ବ୍ରହ୍ମ ମୁହୁର୍ତରେ ପ୍ରାୟ ୩ ଟା ରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର (ବଂ ବରାଡ଼ ବାଲୁଙ୍କେଶ୍ୱର) ଓ ମା ପାର୍ବତୀ ଙ୍କ ବିବାହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ପାଇଁ ନନ୍ଦପଡ଼ା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ରେ ବିବାହ ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତା ବଜାୟ ରଖି ସୀମିତ ବ୍ୟକ୍ତିଙ୍କ ଉପସ୍ଥିତି ରେ ପବିତ୍ର ଦେବ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟୀ ର ଗଣମାଧ୍ୟମ ପ୍ରଭାରୀ ବିରାଜ କୁମାର ମିଶ୍ର ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.