Home ଜିଲ୍ଲା ପରିକ୍ରମା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ବୃତି ଚୟନ ଓ ଜୀବନ କୌଶଳ ଉପରେ ପର୍ଯ୍ୟବେଶିତ ଜିଲ୍ଲାସ୍ତରୀୟ...

ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ବୃତି ଚୟନ ଓ ଜୀବନ କୌଶଳ ଉପରେ ପର୍ଯ୍ୟବେଶିତ ଜିଲ୍ଲାସ୍ତରୀୟ କର୍ମଶାଳା

1

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟ ରେ ଶିଶୁ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ ଓ ଶିଶୁ ମାନଙ୍କୁ ନେଇ ଶିଶୁମାନଙ୍କ ବୃତି ଚୟନ ଓ ଜୀବନ କୌଶଳ ଉପରେ ପର୍ଯ୍ୟବେଶିତ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ପୁରାତନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ଜ୍ୟାଳୟ , ଭଦ୍ରକ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧକ୍ଷ ଡା ଦେବରାଜ ପାଣିଗ୍ରାହୀ ଶିଶୁ ମାନଙ୍କୁ ଉପଯୁକ୍ତ ବୃତିଗତ ଶିକ୍ଷା ଦ୍ୱାରା ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ ଯୋଗଦେଇ ବୈଷୟିକ ଶିକ୍ଷା ପ୍ରାପ୍ତି ଦ୍ୱାରା ଶିଶୁ କର୍ମ ଲାଭ କରି ରୋଜକାର କରିବା ଦିଗରେ ଶିଶୁ ଯତ୍ନ ଅନୁଷ୍ଠାନ ମାନେ ବିଶେଷ ଧ୍ୟାନ ଦେବା ଦରକାର । ଅନ୍ୟତମ ସନମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟା ଲଲିତା ସାହୁ ଯୋଗଦେଇ ଜୀବନ କୌଶଳ ଶିକ୍ଷା ଦ୍ୱାରା ଶିଶୁ ମାନେ ଆତ୍ମ ନିର୍ଭରସିଳ ହୋଇପାରିବ। ଉପରେ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ରେ ସନମାନିତ ଅତିଥି ଭାବେ ସରକାରୀ ପୋଲିଟେକ୍ନିକ ମହାବିଦ୍ୟାଳୟ , ଭଦ୍ରକ ଅଧକ୍ଷ ଏସ . ସି . ରାଉତ ଯୋଗଦେଇ ଡିପ୍ଲୋମା ଶିକ୍ଷା ଲାଭକରି ଶିଶୁ କିପରି ଉଚ କର୍ମ ସଂସ୍ଥାନ ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ର ବୈଷୟିକ ଅଧିବେଶନ ରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ର ଅଧକ୍ଷ ଦୁସମନ୍ତ ପାଣିଗ୍ରାହୀ ଯୋଗଦେଇ ଶିଳ୍ପ ତାଲିମ ପାଠ୍ୟ ଦ୍ୱାରା କର୍ମ ନିଯୁକ୍ତି ସୁନିଶ୍ଚିତ ହୋଇଥାଏ ଏବଂ ଶିଶୁ ଶିଳ୍ପ ତାଲିମ ଶିକ୍ଷା ମାଧ୍ୟମ ଦ୍ୱାରା ଉଚତର ଶିକ୍ଷା ପ୍ରାପ୍ତି କରିପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟତମ ବିଷୟ ବିଶାରଦ ଭାବେ ସରକାରୀ ପୋଲିଟେକ୍ନିକ ମହାବିଦ୍ୟାଳୟ , ଭଦ୍ରକ ର ତୃପ୍ତି ରଞ୍ଜନ ମିଶ୍ର ଯୋଗଦେଇ ଡିପ୍ଲୋମା ଶିକ୍ଷା ଉପରେ ଗଭୀର ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ର ପାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନ। ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି କାର୍ଯ୍ୟ କର୍ମ ସମ୍ବନ୍ଧରେ ବିସ୍ତ୍ରୁତ ଅଲୋଚନ। କରି ବୈଷୟିକ ଓ ଧନ୍ଦା ମୂଳକ ଶିକ୍ଷା ଉପରେ ଜୋର ଦେଇଥିଲେ । ଉକ୍ତ କାର୍ଯ୍ୟ କ୍ରମ ରେ ଜିଲ୍ଲା ରେ ଥିବା ୭ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ଅଧିକ୍ଷକ , ପରାମର୍ଶ ଦାତା /ଦାତ୍ରୀ , ଶିଶୁ ମଙ୍ଗଳ ଅଧିକାରୀ , ଓ ଶିଶୁ ମାନେ ମଧ୍ୟ ଯୋଗଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଲକ୍ଷ୍ମୀପ୍ରିୟ ମଲିକ , ଧୀରଜ କୁମାର ବାରିକ , ଦମୟନ୍ତୀ ଦାଶ , ନବୀନ ଚନ୍ଦ୍ର ବେହେରା ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ ମହେଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷର । ଶିଶୁ ସୁରକ୍ଷା ୟୁନିଟ ବିଶ୍ୱ ନାରାୟଣ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.