Home ଜିଲ୍ଲା ପରିକ୍ରମା ଶିଶୁ ପାଇଁ ଦିନଟିଏ ଅବସରରେ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଶିଶୁ ପାଇଁ ଦିନଟିଏ ଅବସରରେ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ବୈଠକ

1

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ମିଶନ ଶକ୍ତି ସଭାଗୃହରେ ତ୍ରୈମାସିକ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧାମନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦମୟନ୍ତୀ ଦେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡା, ଅତିରିକ୍ତ ବିଡ଼ିଓ ଶର୍ମିଷ୍ଠା ମଲ୍ଲିକ, ଶିଶୁ ସୁରକ୍ଷା ଆଇନ୍ ଅଧିକାରୀ ସୁବ୍ରତ ଦାସ, ସ୍ୱାସ୍ଥ୍ୟ ବିଭାଗର ଅନନ୍ତ ମୁଣ୍ଡା ଓ ପ୍ରଗତି ଜେନା, ଥାନା ଏସଆଇ ରଶ୍ମିତା ମଲ୍ଲିକ ଓ ଶିକ୍ଷା ବିଭାଗର ବି.ଆର.ପି. ପ୍ରଦିପ୍ତ ରାଉତ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ଆଇନ ଓ ନିୟମ ଜାରି କରିଛନ୍ତି। ୧୮ ବର୍ଷ ତଳେ ସମସ୍ତେ ଶିଶୁ ଭାବେ ଗଣ୍ୟ। ଶିଶୁଙ୍କ ସହିତ ହେଉଥିବା ଯେକୌଣସି ପ୍ରକାର ଅନ୍ୟାୟ, ଅବହେଳା, ଶୋଷଣ ଓ ହିଂସା ଆଇନତଃ ଅପରାଧ। ବାଲ୍ୟବିବାହ, ଶିଶୁ ଶ୍ରମ, ନାବାଳିକାଙ୍କ ଉପରେ ଅପରାଧକୁ ରୋକିବା ପାଇଁ ବାଲ୍ୟବିବାହ ନିଷେଧ ଆଇନ, ଶିଶୁ ଶ୍ରମ ଆଇନ ଓ ପୋସ୍କ ଆଇନ ଲାଗୁ ହେଉଛି। ଏହି ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଶିଶୁମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ୧୦୯୮ ଶିଶୁ ସହାୟତା ହେଲ୍ପଲାଇନ କାର୍ଯ୍ୟରତ ଅଛି। ଶିଶୁଙ୍କ ଅଧିକାର ରକ୍ଷା ପାଇଁ ପ୍ରଶାସନ ସହିତ ସମାଜର ସମସ୍ତଙ୍କ ସହଯୋଗ ଅତ୍ୟାବଶ୍ୟକ ଓ ପାରିବାରିକ ସ୍ତରରେ ସଚେତନତା ବୃଦ୍ଧି ହେଲେ ଶିଶୁ ସମସ୍ୟାକୁ ପ୍ରାଥମିକ ପର୍ଯ୍ୟାୟରେ ହିଁ ପ୍ରତିହତ କରାଯାଇପାରିବ ବୋଲି ଶିଶୁ ସୁରକ୍ଷା ଆଇନ୍ ଅଧିକାରୀ ସୁବ୍ରତ ଦାସ ଓ ଅନ୍ୟ ଅଧିକାରୀ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ମହିଳା ପାରିଦର୍ଶିକା ମମତା ରାଉତ, ସରୋଜିନୀ ମୁଦୁଲି, ଦିବ୍ୟା ମଲ୍ଲିକ, ସତ୍ୱସେନା ସାବତ ସହ ସମସ୍ତ ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ପରିଶେଷରେ ସରୋଜିନୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.