Home ଜିଲ୍ଲା ପରିକ୍ରମା ଶିଶୁ ଆଶ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଶିଶୁ ଆଶ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

4
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ, ଭଦ୍ରକ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟ ରେ କନ୍ୟାକୁ ବଞ୍ଚାନ୍ତୁ,କନ୍ୟା କୁ ପଢ଼ାନ୍ତୁ ର ୧୦ବର୍ଷ ପୂର୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗାନ୍ଧୀ ଓଡିଶା ବାଳାଶ୍ରମ ,ଗରଦପୁର ଓ ଉତ୍କଳ ମଣି ଦରିଦ୍ର ନାରାୟଣ ସେବା ମନ୍ଦିର , ଚାନ୍ଦିଆପଦା ଲାଙ୍ଗୁଡି ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବୃକ୍ଷ ରୋପଣ ର ମହନୀୟତା ଓ ସବୁଜ ସୁନ୍ଦର ପୃଥିବୀ ପାଇଁ ବୃକ୍ଷ ହିଁ ଶ୍ରେଷ୍ଠ ବୋଲି ଅନ୍ତେବାସୀ ଙ୍କୁ ସଚେତନ କରାଯାଇଥିଲା ।ଗୋଟିଏ ବୃକ୍ଷ ଗୋଟିଏ ଶିଶୁ ଶୀର୍ଷକ ଆଲଚନା ପରେ ବିଭିନ୍ନ ବୃକ୍ଷ ପରିସର ରେ ରୋପଣ କରାଯାଇ ଥିଲା ।ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଙ୍କ ତତ୍ୱାବଧାନରେ ଶିଶୁ ସୁରକ୍ଷା ୟୁନିଟ ର ଆଇନ ପ୍ରୋବେସନ୍ ଅଧିକାରୀ ସୁବ୍ରତ ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ର ସମ୍ପାଦକ ଅଶୋକ ଦାସ,ପରାମର୍ଶ ଦାତ୍ରି ସସ୍ମିତା ନାୟକ,ଝରଣା ବିଶ୍ୱାଳ,ସୌମ୍ୟ ରଂଜନ ଦାସ,ପ୍ରଜ୍ଞା ଦାସ,ତଥାଗତ ଜେନା ସମେତ ଅନ୍ତେବାସୀ ମାନେ ଯୋଗଦାନ କରିଥିଲେ।ସେହିପରି ଉତ୍କଳମଣି ଶିଶୁ ଆଶ୍ରମ ରେ ଅଧୀକ୍ଷକ ଧନଞ୍ଜୟ ଜେନା ,ନିବେଦିତା ଲେଙ୍କା,ତାପସ ଜେନା,ସମ୍ବିତ ନାୟକ ସମେତ ଚାଇଲ୍ଡ ଲାଇନ ର କର୍ମକର୍ତା ଦିଗବିଜୟ ମହାନ୍ତି,ଲକ୍ଷ୍ମଣ ଜେନା,ଚନ୍ଦ୍ରକାନ୍ତ ଗୋଚ୍ଛାୟତ,କାହୁଁ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।ଶିଶୁ ସୁରକ୍ଷା ର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ନିମନ୍ତେ ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.