Home ଆମ ପର୍ବ ପର୍ବାଣୀ ଶିଶୁ ଅନନ୍ତ ଆଶ୍ରମରେ ନିରାଡମ୍ବରରେ ବାର୍ଷିକ ଉତ୍ସବ ଉଦ୍ଯାପିତ

ଶିଶୁ ଅନନ୍ତ ଆଶ୍ରମରେ ନିରାଡମ୍ବରରେ ବାର୍ଷିକ ଉତ୍ସବ ଉଦ୍ଯାପିତ

68

ଅରିଲୋ୩୦ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଜଗତସିଂହପୁର ଜିଲ୍ଲା ଅରିଲୋ ଶିଶୁ ଅନନ୍ତ ଆଶ୍ରମରେ ୫୨ତମ ବାର୍ଷିକ ଚତୁର୍ଦଶୀ ମେଳା ସଂପୂର୍ଣ୍ଣ ନିରାଡମ୍ବରରେ ଭାବେଉଦ୍ଜାପିତ ହୋଇଯାଇଛି। ଆଶ୍ରମର ପୂଜ୍ୟପୂଜକ ବାବା ବଳିଆଙ୍କ ପୈାରହିତରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଏହି ଉତ୍ସବକୁ ସମାପନ କରାଯାଇଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ଉତ୍ସବ ପ୍ରଭୁ ‘‘ଶିଶୁ ଅନନ୍ତ ସୁନ୍ଦରଙ୍କ’’ଭିନ୍ନ ଭିନ୍ନ ଦିବସରେ ନୀଳମାଧବ ବେଶ, ଲକ୍ଷ୍ମୀ ବେଶ, ଦଧିବାମନ ବେଶ ଓ ନୃସିଂହ ବେଶ ଆଦିରେ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ। ବୈଶାଖ ପୂର୍ଣ୍ଣମୀରେ ପୂର୍ଣ୍ଣାହୂତି ଦିଅଯାଇ ଘୃତ ଯଞ୍ଜର ପରିସମାପ୍ତି ହୋଇଥିଲା।ମହାପ୍ରଭୁ ଜଗନ୍ନାଥଙ୍କର ଅଣସର ସେବା ପରି ଶିଶୁ ଅନନ୍ତଙ୍କ ପୀଠସ୍ଥଳୀରେ ଆଜି ଠାରୁ ଶ୍ରୀଶ୍ରୀ ଅନନ୍ତ ସୁନ୍ଦରଙ୍କ ସାତ ଦିନିଆଁ ‘’ବ୍ରହ୍ମ ସେବା’’ ଆରମ୍ଭ ହୋଇଛି। ଏହା ଆଗାମୀ ଜୁନ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଠାକୁରଙ୍କର ସର୍ବସାଧାରଣ ସେବା ଦର୍ଶନ ବନ୍ଦ ରହିଥାଏ।ପୁନଶ୍ଚ ଜୁନ ୪ ତାରିଖରେ ଶ୍ରୀଜୀଉଙ୍କର ନବଯୈାବନ ଦର୍ଶନ ଲାଭହେବ। ସମସ୍ତେ ଏହି ଦିନ ଠାରୁ ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ଆଶ୍ରମର ପ୍ରେସ୍ ସଚିବ ସ୍ୱାମୀ ଚିଦାନନ୍ଦ ମହାରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.