Home ଜିଲ୍ଲା ପରିକ୍ରମା ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗୀତା

ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗୀତା

37

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା ଉତ୍ସାହ-୨୦୨୨ ଗତ ତା ୧୭.୧୨.୨୦୨୨ରିଖରେ ବାଗୁରାଇ ଉଚ୍ଚ ବିଦ୍ୟାଳୟ ଖେଳପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଖେଳ କୁଦ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ୯ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ଅଂଶ ଗ୍ରହଣ କରି ସେମାନଙ୍କର ଖେଳନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭିକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼. ଦେବରାଜ ପାଣିଗ୍ରାହୀ, ଅନ୍ୟତମ ମୁଖ୍ୟ ଅତିଥି ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ା ସୁଦର୍ଶନ ବାରିକ, ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟ/ସଭ୍ୟା ତଥା ନବୀନ ସାହୁ, ଭାରତୀ ଦାଶ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାଗୁରାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ସେ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବକ୍ତାମାନେ ଶିଶୁ ଯତ୍ମ ଅନୁଷ୍ଠାନର ଶିଶୁମାନଙ୍କୁ ଖେଳର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ଏବଂ ଉତ୍ତମ ପ୍ରଦର୍ଶନ କରି ଭବିଷ୍ୟତରେ ଆଗକୁ ବଢ଼ିବା ପାଇଁ କାମନା କରିଥିଲେ।

ଭଦ୍ରକ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୭ଗୋଟି ଖେଳ ପ୍ରତିଯୋଗୀତା ତଥା ୧୦୦ ଓ ୨୦୦ ମିଟର ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, କାରମ, ଚେସ୍ ଓ ଫୁଟବଲ ଇତ୍ୟାଦି ପ୍ରତିଯୋଗୀତା ବାଳିକା ଓ ବାଳକ ବିଭାଗମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଅଛି। ଭଦ୍ରକ ଜିଲ୍ଲାର ଶିଶୁଯତ୍ମ ଅନୁଷ୍ଠାନ ତଥା ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଯୋଗୀଋଷି ଲଛମନ ଦାସ ଶିଶୁ ଆଶ୍ରମ, ଶାନ୍ତି ଆଶ୍ରମ, ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର, ମହାପୁରୁଷ ଆଶ୍ରମ, ସୋସାଇଟି ଫର ଉଇକର କମ୍ୟୁନିଟ୍‌, ମାନବ ସେବା କନ୍ୟା ଆଶ୍ରମ ଆଦି ର ଶିଶୁମାନେ ଅଂଶ ଗ୍ରହଣ କରି ମୋନଙ୍କର କ୍ରୀଡ଼ା ନୈପୁଣ୍ୟର ଉଚ୍ଚତମ ପ୍ରଦର୍ଶନ କରିଥିଲେ। ଉଦ୍‌ଯାପନୀ ସଭାରେ ଭଦ୍ରକ ସହକାରୀ ଜିଲ୍ଲାପାଳ ବାସନ୍ତୀଲତା ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ରାଜ୍ୟସ୍ତରରେ ଭାଗ ନେଇ ଉନ୍ନତ ଖେଳ ପ୍ରଦର୍ଶନ କରିବା ପାଇଁ ଉପଦେଶ ଦେଇଥିଲେ ଏବଂ ପ୍ରତ୍ୟେକ ଖେଳ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ଖେଳ କୁଦ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସ୍ୱାଗତିକା ବାରିକ, ସୁବ୍ରତ ଦାସ, ଧୀରଜ କୁମାର ବାରିକ, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ ଓ ଚିନ୍ମୟ ପଣ୍ଡା ସହଯୋଗ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ଶିଶୁ ଯତ୍ମ ଅନୁଷ୍ଠନାର ର ସମ୍ପାଦକ, ଅଧିକ୍ଷକ ଓ କର୍ମକର୍ତ୍ତାମାନେ ସକ୍ରିୟ ଅଂଶ ଗ୍ରହଣ କରି ଖେଳକୁଦ ପ୍ରତିଯୋଗୀତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.