ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ ଓ ଶିଶୁ ମାନଙ୍କ ନିମନ୍ତେ ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ ଉପରେ ଏକ ଦିବସୀୟ କର୍ମଶାଳା ଶିଶୁ ଯତ୍ନ ଅନୁଷ୍ଠାନ ଗାନ୍ଧୀ ଓଡିଶା ବ।ଳାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳ ଯୋଗଦେଇ ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ ଜୀବନ ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ବୋଲି କହିଥିଲେ, ଏଥିନିମନ୍ତେ ଯୋଗ ଓ ଧ୍ୟାନ ର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ ଯୋଗଦାନ କରି କହିଥିଲେ ମନୁଷ୍ୟ ଚାପ ମୁକ୍ତ ହେଲେ ଶରୀର ଉପରେ କୁ ପ୍ରଭାବ ପଡିନଥାଏ ଓ ଚାପରୁ ମୁକ୍ତି ହେଲେ ଜୀବନରେ ଉନ୍ନତି କରିଥାଏ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜନ ଚିକିତ୍ସ।। ଅଧିକାରିଣୀ ଡାକ୍ତର ଭାରତୀ ରାଉତ ଯୋଗ ଦେଇ ନିଜର ଦିନ ଚର୍ଯ୍ୟ ।କୁ ଠିକ ରୂପେ ନିର୍ବାହ କରି ଜୀବନର ପ୍ରତିକୂଳ ଅବସ୍ଥାରେ ମାନସିକ ସନ୍ତୁଳନ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ । ଏଥି ସହିତ ବିଷୟ ବିଶାରଦ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କ୍ଲିନିକାଲ ସାଇକୋଲୋଜିଷ୍ଟ ଲୋନୀ ଲିୟନା ବେହେରା ଯୋଗଦେଇ ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ଓ ଚାପ ମୁକ୍ତ ହେବା ପାଇଁ ବିଭିନ୍ନ ଯୋଗ ଓ ଧ୍ୟାନ ଅବଲମ୍ବନ କରବାକୁ ପଡିଥାଏ । ସାମାଜିକ ସ୍ତରରେ ବିଭିନ ଲୋକ ଙ୍କ ସହିତ ଆବଶ୍ୟକ ମୁତାବକ ମିଶିବ। ନିଜର ପ୍ରତିକୂଳ ସମୟ କୁ ଅନ୍ୟ ସହିତ ବାଂଟିବା ଆଦି ଚାପ ମୁକ୍ତ କରିଥାଏ । କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟ କ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ କର୍ମଶାଳା ଶିଶୁ ମାନଙ୍କ ନିମନ୍ତେ ଏକ ଉପଯୁକ୍ତ କାର୍ଯ୍ୟକର୍ମ ଓ ଏହା ଦ୍ୱାରା ଶିଶୁ ବହୁତ ଉପକୃତ ହୋଇଥାଏ । ଉକ୍ତ କାର୍ଯ୍ୟ କ୍ରମ ରେ ଭଦ୍ରକ ଜିଲ୍ଲା ର ନଅ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଗାନ୍ଧୀ ଓଡିଶା ବାଳାଶ୍ରମ , ଯୋଗିରୁଷି ଲାଚମନ ଦାସ ଶିଶୁ ଆଶ୍ରମ, ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର , ମହାପୁରୁଷ ଆଶ୍ରମ , ଶାନ୍ତି ଆଶ୍ରମ , ଆସିୟାନା , ଫେଲ୍ଲୋଶିପ , ବାତ୍ସଲ୍ୟ , ମାନବସେବା କନ୍ୟା ଆଶ୍ରମ ର ଅଧିକ୍ଷକ , କାଉନ୍େସଲର , ପ୍ରୋବେଶନ ଅଧିକାରୀ , ଗୃହମାତା ଓ ଅନ୍ୟନ୍ୟ କର୍ମକର୍ତା ଓ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନେ ଉପସ୍ତିତ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ର ସ୍ୱାଗତିକା ବାରିକ, ସୁବ୍ରତ କୁମାର ଦାସ ମହେଶ ଚନ୍ଦ୍ର ଦାଶ ଓ ଚାଇଲ୍ଡ ଲାଇନ କର୍ମକର୍ତା ମଧ୍ୟ ଯୋଗଦାନ କରିଥିଲେ । ଶେଷରେ ଗାନ୍ଧୀ ଓଡିଶା ବଳାଶ୍ରାମ ର ସସ୍ମିତା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।
Home ଜିଲ୍ଲା ପରିକ୍ରମା ଶିଶୁଯତ୍ନ ଅନୁଷ୍ଠାନର କର୍ମଚାରୀ ଓ ଶିଶୁ ମାନଙ୍କ ନିମନ୍ତେ ମାନସିକ ସ୍ୱାସ୍ଥ୍ୟ ଓ ଚାପ ନିୟନ୍ତ୍ରଣ...