ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ,ଓଡ଼ିଶା ସରକାର ଙ୍କ ଅଧିନରେ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ହେଲ୍ପ ଲାଇନ ଙ୍କ ସହଯୋଗ ରେ ଏକ ସଭା ଚରମ୍ପା ରେଳ ଷ୍ଟେସନ ସଭା ଗୃହ ପରିସରରେ ଷ୍ଟେସନ ପରିଚାଳକ ଅମୂଲ୍ୟ ସାମଲ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ରେଳ ବିଭାଗରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଶାଖା ର ସାମାଜିକ ତଥା ଆଇନ ଅଧିକାରୀ ସୁବ୍ରତ ଦାସ ବିଶାରଦ ରୂପେ ଯୋଗଦାନ କରି ଶିଶୁ ମାନଙ୍କ କ୍ଷେତ୍ର ରେ ଘଟୁଥିବା ବିଭିନ୍ନ ଅପରାଧ,ଶିଶୁ ଚାଲାଣ, ଶିଶୁ ଙ୍କୁ ଶୋଷଣ, ଆଇନ ସହ ମୁକାବିଲା କରୁଥିବା ଶିଶୁ,ପିତୃ ମାତୃହୀନ ଶିଶୁ ଙ୍କୁ ଚିହ୍ନଟ,ଅଜଣା,ଅପରିଚତି ଶିଶୁ ଙ୍କୁ ଠାବ କରି କିପରି ତୁରନ୍ତ ଉଦ୍ଧାର କରିହେବ ଏବଂ ଚାଇଲ୍ଡ ହେଲ୍ପ ଲାଇନ (୧୦୯୮ ) ନିଃଶୁଳ୍କ ନମ୍ୱର ବ୍ୟବହାର କରି ତ୍ୱରିତ ଶିଶୁ ଙ୍କୁ ବିପଦ ରୁ ରକ୍ଷା କରା ଯାଇପାରିବ ତତ୍ ସମ୍ବନ୍ଧରେ ଅବଗତ କରିଥିଲେ ।ଚାଇଲ୍ଡ ହେଲ୍ପ ଲାଇନ ର ପ୍ରକଳ୍ପ ସଂଜୋଯିକା ଶୁଭଶ୍ରୀ ପଢ଼ିଆରି ପ୍ରାରମ୍ଭିକ ସୂଚନା ରେ ରେଳ ଷ୍ଟେସନ ପରିସରରେ ଖୁବ୍ ଶୀଘ୍ର ଶିଶୁ ଙ୍କୁ ସହାୟତା ନିମନ୍ତେ ଚାଇଲ୍ଡ ହେଲ୍ପ କେନ୍ଦ୍ର କାର୍ଯ୍ୟକାରୀ ହେବା ନେଇ ସୂଚନା ଦେଇଥିଲେ ।ରେଳ ବିଭାଗ ର ସି ଟି ଆଇ ରମେଶ ବେହେରା,ସି ଟି ଏସ ରାଜ କୁମାର ସାହାଣୀ,ସୁଭଦ୍ରା ଏସ ସାହୁ,ରବିନା ବେହେରା,ରେଳ ସୁରକ୍ଷା ବଳ ରୁ ପ୍ରଭାତ ଖୁଂଟିଆ,ଜି ଆର ପି,ଭଦ୍ରକ ରେଳ ଷ୍ଟେସନ ର ବରିଷ୍ଠ ଅଧିକାରୀ ସୁକଦେବ ଜେନା,ଶଶିକାନ୍ତ ଉପାଧ୍ୟାୟ ପ୍ରମୁଖ ଶିଶୁ ମାନଙ୍କ କ୍ଷେତ୍ର ରେ ହେଉଥିବା ବିଭିନ୍ନ ଘଟଣା ସମ୍ବନ୍ଧରେ ମତ ପୋଷଣ କରିଥିଲେ ।ଚାଇଲ୍ଡ ହେଲ୍ପ ଲାଇନ ର ପରାମର୍ଶ ଦାତା ଲକ୍ଷ୍ମଣ ଜେନା,ଟିମ ସୁପର ଭାଇଜର ରମାକାନ୍ତ ଜେନା,ଚନ୍ଦ୍ରକାନ୍ତ ଗୋଚ୍ଛାୟତ,କାହ୍ନୁ ମଲ୍ଲିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।ପରିଶେଷରେ ଶୁଭଶ୍ରୀ ପଢ଼ିଆରୀ ଙ୍କ ଦ୍ୱାରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।







