Home ଓଡ଼ିଶା ଶିଳ୍ପ ସଂପର୍କ କୋର୍ଡ଼ ଏବଂ ପ୍ରସ୍ତାବିତ ନିୟମାବଳୀ କେବଳ ଶ୍ରମିକମାନଙ୍କର ଅଧିକାର କ୍ଷୁର୍ଣ୍ଣକରିବା ପାଇଁ ଅଭିପ୍ରେତ...

ଶିଳ୍ପ ସଂପର୍କ କୋର୍ଡ଼ ଏବଂ ପ୍ରସ୍ତାବିତ ନିୟମାବଳୀ କେବଳ ଶ୍ରମିକମାନଙ୍କର ଅଧିକାର କ୍ଷୁର୍ଣ୍ଣକରିବା ପାଇଁ ଅଭିପ୍ରେତ : ଡକ୍ଟର ରାମଚନ୍ଦ୍ର ଖୁଂଟିଆ

49

ଭୁବନେଶ୍ୱର ୮-୧୧ (ଓଡ଼ିଆ ପୁଅ) ଶିଳ୍ପ ସଂପର୍କ ଆଇନ ଓ ପ୍ରସ୍ତାବିତ ନିୟମାବଳୀ କେବଳ ମୋଦୀ ସରକାରଙ୍କ ଶ୍ରମିକ କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ କରିବା ପାଇଁ ଓ ଶ୍ରମିକ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଅଭିପ୍ରେତ ଶିଳ୍ପକୁ ବାଦ ଆଇନ୍ ୧୯୪୭, ଟ୍ରେଡ଼୍ ୟୁନିୟନ ରେଜିଷ୍ଟ୍ରେସନ ଆଇନ ୧୯୯୬ ଓ ଶିଳ୍ପ ଷ୍ଟାଣ୍ଡିଙ୍ଗ ବୋର୍ଡ଼ର ଆଇନ ୧୯୬ କୁ ମିଶାଇ ଏହି ଶିଳ୍ପ ସଂପର୍କ ଆଇନ ଶିଳ୍ପପତିମାନଙ୍କୁ ସଂପର୍କ ଅଧିକାର ନେଇଥିବା ବେଳେ ଶ୍ରମିକ ମାନଙ୍କର ସୁରକ୍ଷା, ଚାକିରି ନିରାପତା ଓ ଧର୍ମଘଟ ଅଧିକାରକୁ ଛଡ଼ାଇନିଆଯାଇଛି ବୋଲି ଗତ ତା- ୦୭-୧୧-୨୦୨୦ ରିଖ ଇଣ୍ଡଷ୍ଟ୍ରିଆଲ ରିଲେସନ ଆସୋସିଏସନ ଅଫ୍ ଇଣ୍ଡିଆର ସାଧାରଣ ସଂପାଦକ ଡକ୍ଟର ପ୍ରବୀଣ ସିହ୍ନାଙ୍କ ଦ୍ୱାରା ଆୟୋଜିତ ଜାତୀୟ ସ୍ତରରେ ୱେବନାରରେ ଭାଗ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ କହିଥିଲେ। ଏହି ଆଇନରେ ଡ଼େଫିନେସନ ଶିଳ୍ପର ସଂଜ୍ଞାରେ ହସ୍‌ପିଟାଲ, ଡ଼ିସ୍‌ପେନସାରୀ ଆଦୀ ଏବଂ ଗ୍ରାମ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଘରୋଇ ସେବାକୁ ବାଦ ନିଆଯାଇଛି। ଅନ୍ୟପକ୍ଷରେ ଶ୍ରମିକ ସଜ୍ଞାରେ ମାଲିକ ଓ ଠିକାଦାରଙ୍କ ମଧ୍ୟ ସାମିଲ କରାଯାଇଛି।

ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ଶିଳ୍ପରେ ନୋଟିସ ଦେବାର ପ୍ରାଧାନଥିବାବେଳେ ସଂପ୍ରତି ଶିଳ୍ପ ସଂପର୍କ କୋର୍ନରେ ସମସ୍ତ ଶିଳ୍ପରେ ୬୦ ଦିନ ଆୟୋଜନ ପାଇଁ ନୋଟିସ ଦେବା, କନସୋଲେସନ ସ୍ଥଗିତଥିବା ପର୍ଯ୍ୟନ୍ତ ଆନ୍ଦୋଳନ ନ କରିବା ଶିଳ୍ପ ସଂପର୍କ ବୋଡ଼ର ବିବାଦକୁ ସିଭିଲ୍ କୋର୍ଟର କ୍ଷମତା ବାହାରେ ରଖିବା, କନସୋଲେସନ ବୋର୍ଡ଼ ଓ ଅନୁସନ୍ଧାନ ବୋର୍ଡ଼ର ପ୍ରାବଧାନ ନରଖିବା ଏବଂ ପାର୍ଲାମେଂଟ ସ୍ଥାୟୀ କମିଟିର ମତ ତଥା ଶ୍ରମିକ ମଙ୍ଗଳମାନଙ୍କୁ ବିଶ୍ୱାସତା ନ ନେଇ କୋଭିଡ଼୍ ୧୯ ସଂକ୍ରମଣ ପରିସ୍ଥିତିରେ ଆଇନ ପାସ କରିବା ଏକ ତରଫା ଭାବେ ଶିଳ୍ପକୁ ସ୍ୱତନ୍ତ୍ର କ୍ଷମତା ଦେବା ଓ ଶ୍ରମିକ କର୍ମଚାରୀମାନଙ୍କର ଥିବା ଅଧିକାରକୁ ସଂକୁଚିତ କିରବା ଏହି ବିଲର ଉଦ୍ଦେଶ୍ୟ ବୋଲି ଶ୍ରୀ ଖୁଂଟିଆ କହିଛନ୍ତି। ୩୦୦ ରୁ ଅଧିକ ଶ୍ରମିକ କାର୍ଯ୍ୟକରୁଥିବା ଶିଳ୍ପରେ ଶ୍ରମିକମାନଙ୍କୁ ଛଟେଇ ଓ ତାଲାବନ୍ଦ କରିବା ପାଇଁ ସରକାରଙ୍କର ଅନୁମତି ପାଇଁ ଥିବା ନିୟମକୁ ପରିବର୍ତ୍ତନ କରିବା ଏବଂ ଫକ୍ସ ଫର୍ମ ଶ୍ରମିକ, ଠିକା ଶ୍ରମିକ, ଏବର୍ଷରୁ ସମୟ କାମ କରୁଥିବା ଶ୍ରମିକ, କ୍ଷମତା ବୃଦ୍ଧି ଓ ଶ୍ରମ ସଂପର୍କରେ ଆଇନ ସମ୍ବନ୍ଧରେ ପ୍ରସ୍ତାବିତ ନିୟମାବଳୀରେ ସବିଶେଷ ଉଲ୍ଲେଖ ନଥିବାରୁ ଏହି ଆଇନ୍ ଆଦୌଂ କାର୍ଯ୍ୟକାରୀ ହେବ ନାହିଁ ବୋଲି ଡକ୍ଟର ରାମଚନ୍ଦ୍ର ଖୁଂଟିଆ କହିଛନ୍ତି ଏବଂ ନିୟମାବଳୀର ସଂପୂର୍ଣ୍ଣ ପରିବର୍ତ୍ତନ କରି ସମସ୍ତ ଶ୍ରମିକ ସଂଗଠନ ସହ ଆଲୋଚନା କରି ଏହି ଶିଳ୍ପ ସଂପର୍କ ନିୟମାବଳୀକୁ ୟୁନିଅନ ପ୍ରଦଶନ ପାଇଁ ଡକ୍ଟର ରାମଚନ୍ଦ୍ର ଖୁଂଟିଆ କହିଛନ୍ତି।

ଏହି ଜାତୀୟ ସ୍ତରର ଆଲୋଚନା ଚକ୍ରରେ ବି-ଏମ୍‌-ସି-, ଏଚ୍‌-ଏମ୍‌-ଏସ୍‌-, ଏ-ଆଇ-ଟି-ୟୁ-ସି-, ସି-ଆଇ-ଟି-ୟୁ-, ଏ-ଆଇ-ସି-ସି-ଟି-ୟୁ-, ସେୱା, ଟାଟା କନସୋଲଟାନେସି, ପ୍ରତିଷ୍ଠିତ ଓକିଲ ଏବଂ ଆନ୍ତର୍ଜାତିକ ଫେଡ଼େରେସନର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.