Home Top News ଶିବାଜୀ ଗଣେଶନ୍‌ଙ୍କ ୯୩ ତମ ଜନ୍ମ ବାର୍ଷିକୀରେ ଗୁଗୁଲ୍ ଡୁଡଲ୍ କରି ଦେଲା ଶ୍ରଦ୍ଧାଞ୍ଜଳି

ଶିବାଜୀ ଗଣେଶନ୍‌ଙ୍କ ୯୩ ତମ ଜନ୍ମ ବାର୍ଷିକୀରେ ଗୁଗୁଲ୍ ଡୁଡଲ୍ କରି ଦେଲା ଶ୍ରଦ୍ଧାଞ୍ଜଳି

37

ନୂଆ ଦିଲ୍ଲୀ ୧ -୧୦ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ଦିବଙ୍ଗତ ଭେଟେରାନ୍‌ ଅଭିନେତା ଶିବାଜୀ ଗଣେସନଙ୍କ ୯୩ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି ଏବଂ ଗୁଗୁଲ ତାଙ୍କ ଉପରେ ଏକ ଡୁଡଲ ଜରିଆରେ କିମ୍ବଦନ୍ତୀ ଆକ୍ଟରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଗୁଗୁଲ ସୂଚାଇ ଦେଇଛି ଯେ ବେଙ୍ଗାଲୁରୁର କଳାକାର ନୁପୁର ରାଜେଶ ଚୋକସି ଡୁଡଲ କ୍ରିଏଟ୍‌ କରିଛନ୍ତି।

ଟ୍ୱିଟରରେ ଡୁଡଲ୍ ସେୟାର କରି ଅଭିନେତା ବିକ୍ରମ ପ୍ରଭାସ କହିଛନ୍ତିଯେ, ‘ଏଠାରେ ଗୁଗଲଡୁଡଲ୍ ରେ ଶିବାଜୀଙ୍କର ୯୩ ତମ ଜନ୍ମଦିନରେ କିମ୍ବଦନ୍ତୀଙ୍କୁ ସମ୍ମାନିତ କରୁଛନ୍ତି।’

ଗଣେଶନ୍‌, ଅକ୍ଟୋବର ୧, ୧୯୨୮ ରେ, ମାଡ୍ରାସ ପ୍ରେସିଡେନ୍ସି (ବର୍ତ୍ତମାନର ତାମିଲନାଡୁ) ର ଭିଲୁପୁରମରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ବ୍ରିଟିଶ ଇଣ୍ଡିଆର ଅଂଶ ଥିଲା। ମାତ୍ର ସାତ ବର୍ଷ ବୟସରେ ସେ ଘରୁ ବାହାରିଯାଇ ଏକ ଥିଏଟର ଗ୍ରୁପରେ ଯୋଗ ଦେଇଥିଲେ। ଡିସେମ୍ବର ୧୯୪୫ ରେ, ଗଣେଶ ମୁର୍ତ୍ତି ମରାଠା ଶାସକ ଶିବାଜୀଙ୍କ ଉପରେ ଆଧାରିତ ଡ୍ରାମା ‘ଶିବାଜୀ କାନ୍ଦା ହିନ୍ଦୁ ରାଜ୍ୟମ୍’ ନାମକ ଏକ ନାଟକରେ ଶିବାଜୀ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଏପରି ଅଭିନୟ କାରଣରୁ ତାଙ୍କର ନାମଟି ଏହିପରି ରହିଯାଇଥିଲା ଏବଂ ଗଣେଶମୁର୍ତ୍ତି ‘ଶିବାଜୀ’ ପୁରସ୍କାର ଅର୍ଜନ କରିଥିଲେ, ଯାହା ତାଙ୍କୁ ସାରା ଜୀବନ ସେହି ନାମରେ ପରିଚିତ ହୋଇଥିଲେ।

ଯଦିଓ ସେ ମୁଖ୍ୟତଃ ସେ ତାମିଲ ସିନେମାରେ ସକ୍ରିୟ ଥିଲେ, ଯେଉଁଠାରେ ସେ ୧୯୫୨ ର ‘ପରାସାକ୍ଷୀ’ରେ ଡେବ୍ୟୁ କରିଥିଲେ, ଗଣେଶନ୍‌ ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ଭଳି ଭାଷାରେ ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପ୍ରାୟ ପାଞ୍ଚ ଦଶନ୍ଧି ଧରି ଏହି ବୃତ୍ତିରେ ସେ ଅନେକ ପୁରସ୍କାର ଜିତିଛନ୍ତି ଏବଂ ୧୯୬୦ ମସିହାରେ ତାଙ୍କ ଅଭିନୟ ପାଇଁ ଏକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ (ଇଜିପ୍ଟର କାଇରୋରେ ଆଫ୍ରୋ-ଏସୀୟ ଚଳଚ୍ଚିତ୍ର ମହୋତ୍ସବ) ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବାରେ ସେ ପ୍ରଥମ ଭାରତୀୟ ଅଭିନେତା ହୋଇପାରିଥିଲେ।

ରାଜନୀତିରେ ମଧ୍ୟ ଜଡିତ ଥିବା ଗଣେଶନ୍‌ଙ୍କୁ ଲସ୍ ଆଞ୍ଜେଲସ୍ ଟାଇମ୍ସ ଦ୍ୱାରା ‘ଦକ୍ଷିଣ ଭାରତର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମାର୍ଲନ୍ ବ୍ରାଣ୍ଡୋ’ ବୋଲି ବର୍ଣ୍ଣନା କରାଯାଇଥିଲା। ସେ ଜୁଲାଇ ୨୧, ୨୦୦୧ ରେ ୭୨ ବର୍ଷ ବୟସରେ ପରଲୋକ ଗମନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.