Home କେନ୍ଦୁଝର ଶିବନାରାୟଣପୁର ଗ୍ରାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଶିବନାରାୟଣପୁର ଗ୍ରାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

38

ହାଟଡ଼ିହି,୧୬ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଆଜି ଅପରାହ୍ନ ୪ଟାବେଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ବଖରା ଘର ଜଳିଯିବା ସହ ଲକ୍ଷଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ଗ୍ରାମର ମଣିଚରଣ ସାହୁଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ଏହା କ୍ଷେତ୍ରବାସୀ ସାହୁ, ମଙ୍ଗୁଳି ଚରଣ ସାହୁ, ପ୍ରହଲାଦ ସାହୁଙ୍କ ଘରକୁ ବ୍ୟାପି ଯାଇଥିଲା । ଗାଁ ଲୋକମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିବାବେଳେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ କ୍ଷେତ୍ରବାସୀ ସାହୁଙ୍କର ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବାବେଳେ ଅନ୍ୟ ମାନଙ୍କର ଘରେଥିବା ଧାନ, ଚାଉଳ, ନଗଦ ଟଙ୍କା ଓ ଅନ୍ୟାନ୍ୟ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.