Home ଜିଲ୍ଲା ପରିକ୍ରମା ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

8

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ନରେନ୍ଦ୍ରକୁମାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟୀତ୍ରି ପ୍ରଭାତ ମଞ୍ଜୁରୀ ଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନଶିକ୍ଷକ ସମୀର କୁମାର ଚୌଧିରି ସଭାପତିତ୍ୱ କରିଥିବାବେଳେ ପୂର୍ବତନ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଅବସର ପ୍ରାକ୍ତ ଶିକ୍ଷକ ମୀନକେତନ ବେଉରିଆ, ଚିନ୍ତାମଣି ନାୟକ ରାମଚନ୍ଦ୍ର ମହାନ୍ତି ଦୁଃଖିଶ୍ୟାମ ଦାଶ ସାମ୍ବାଦିକ ନାରାୟଣ ଚନ୍ଦ୍ର ଦାସ ପରିଚାଳନା କମିଟି ସଭାପତି ମନୋଜ କୁମାର ଦାସ ବ୍ୟକ୍ତବ ରଖି ଅବସର ନେଇଥିବା ପ୍ରଭାତି ମଞ୍ଜରୀ ଜେନାଙ୍କୁ ଜଣେ ଆଦର୍ଶ ଶିକ୍ଷୟାତ୍ରି ଛାତ୍ର ଛାତ୍ରି ମାନଙ୍କୁ ପାଠପଡାଉଥିବାବେଳେ ଚରିତ୍ର ଗଠନ ସମୟାନୁବର୍ତୀତା ହେବା ପାଇଁ ଉପଦେଶ ଦେଉଥିବା ବେଳେ ନିଜେ ମଧ୍ୟ ସମୟାନୁବର୍ତୀ ହୋଇ କାର୍ଯ୍ୟକରି ଆସୁଥିଲେ ବୋଲି ବକ୍ତାମାନେ କହିଥିଲେ। ବିଦ୍ୟାଳୟ ପକ୍ଷରୁ ଅଙ୍ଗବସ୍ତ୍ର ପୁଷ୍ପଗୁଛ ଓ ଉପଡୌକନ ପ୍ରଦାନ କରାଯାଇଥିଲା ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ ଅତିଥିତି ପରିଚୟ କରିଥିବାବେଳେ ଶରତ ଚନ୍ଦ୍ରଥାଟୋଇ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଶିକ୍ଷକ ଦିପ୍ତିରଞ୍ଜନଶେଣ୍ଢ ବାସୁଦେବ ସୋରେନ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରଶାନ୍ତ କୁମାର କୁଣ୍ଡୁ ରିତାଞ୍ଜଳି ମହାନ୍ତି ରଶ୍ମି ରେଖା ରାଉତ ରମେଶ ଚନ୍ଦ୍ର ରାଉତ ଅରୁଣି ବେହେରା ନରେନ୍ଦ୍ର ବେଉରିଆ ସମୀର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.