Home ଓଡ଼ିଶା ଶିକ୍ଷୟତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଶିକ୍ଷୟତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଗିରଫ

173

ଯାଜପୁର୧୨ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଞ୍ଚଳରେ ନିଜର ରୋଜଗାର କରୁଥିବା ସ୍ତ୍ରୀକୁ ଛାଡପତ୍ର ଦେବା ପରେ ସ୍ତ୍ରୀ ଅନ୍ୟ କାହାସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହରେ ଶେଷରେ ନିଜସ୍ତ୍ରୀକୁ ହତ୍ୟାକରି ଫେରାର ଥିବା ଅଭିଯୁକ୍ତକୁ ଯାଜପୁର ରୋଡ ପୁଲିସ ଗିରଫ କରି ରଗଡି କାରାଗାରକୁ ପଠାଇଥିବା ପୁଲିସ ନିକଟରୁ ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଖଣ୍ଡାହାତା ଛକରେ ୩ଦିନ ତଳେ ଶିକ୍ଷୟତ୍ରୀଙ୍କୁ କରାଯାଇଥିବା ନୃସଂଶ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ତଥା ଛାଡ଼ପତ୍ର ଦେଇଥିବା ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୯ ତାରିଖ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ଶିକ୍ଷୟତ୍ରୀ ସ୍ତ୍ରୀକୁ ହାଣି ହତ୍ୟା କରିଥିଲା ସ୍ୱାମୀ ପୈାରାଞ୍ଚଳ ନଟପଡ଼ା ଗ୍ରାମର ଶରତ ମଲିକ୍‌ଙ୍କ ପୁଅ ସୈାମ୍ୟପ୍ରକାଶ (୩୪) ଥାନା କେସନଂ ୨୭୯/୨୦ ଦଫା ୩୦୨, ୩୨୬, ୩୦୭ ଆଇପିସିରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ମାନ୍ୟବର କୋର୍ଟ ଅଭିଯୁକ୍ତକୁ ରଗଡ଼ି ଜେଲ ହାଜତକୁ ପଠାଇ ଦେଇଛନ୍ତି। ଶିକ୍ଷୟତ୍ରୀ ସ୍ତ୍ରୀକୁ ହତ୍ୟା କରିବାର କାରଣ ସଂପର୍କରେ ସୂଚନା ଦେଇ ପୁଲିସ କହିଛି କି ଘଟଣା ଦିନ ଯୋଗମାୟା(୨୯) ସହକାରୀ ଶିକ୍ଷକଙ୍କ ସହ ଦାନଗଦୀ ବ୍ଲକ ରାଛିପୁର ପଞ୍ଚାୟତର ଦାନିଆବର ସ୍କୁଲକୁ ଯାଇଥିବାର ଖବର ସେ ତା ୫ବର୍ଷର ପୁଅକୁ ପଚାରି ବୁଝିଥିଲା। ମାଆ ଯୋଗମାୟା ସ୍କୁଲକୁ ଯାଇଥିବାର ଖବର ପାଇ ସୈାମ୍ୟ ପ୍ରକାଶ ହତ୍ୟାକରିବାର ଯୋଜନା କରିଥିଲା। ଆଚିଭର ବାଇକ୍‌ରେ ଖଣ୍ଡାହତା ଛକରେ ପହଁଚି ସେଠାରୁ ଏକ କତା କିଣି ଯୋଗମାୟାର ଫେରିବା ବାଟକୁ ଚାହିଁ ରହିଥିଲା। ସହକାରୀ ଶିକ୍ଷକ ମୋହିନୀ ମୋହନ ମୁଦୁଲୀଙ୍କ ସହ ଏକ ବାଇକରେ ଫେରୁଥିବା ବେଳେ ସମୟ ପ୍ରାୟ ୧୨ଟା ସମୟରେ ନିଶାଶକ୍ତ ଅବସ୍ଥାରେ ଥିବା ସୈାମ୍ୟପ୍ରକାଶ ଗାଡ଼ିକୁ ଆଡ୍ଡା ପକାଇ ଅଟକାଇବା ପରେ ସ୍ତ୍ରୀ ଯୋଗମାୟାକୁ କତାରେ ଆକ୍ରମଣ କରିଥିଲା। ଯାହାକୁ ସହକାରୀ ଶିକ୍ଷକ ପ୍ରତିରୋଧ କରିବା ବେଳେ ତାଙ୍କୁ କତାରେ ଆକ୍ରମଣ କରି କ୍ଷତାକ୍ତ କରିଥିଲା। ଏହି ସମୟରେ ଯୋଗମାୟା ଖସି ବିଲ ରାସ୍ତାରେ ଦୌଡ଼ି ପଳାଉଥିବା ବେଳେ ସୈାମ୍ୟ ପ୍ରକାଶ ଯୋଗମାୟାକୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଫଳରେ ଘଟଣା ସ୍ତଳରେ ଯୋଗମାୟାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ସୂଚନା ମତେ ସୈାମ୍ୟ ପ୍ରକାଶ ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ଘର ପଛପଟେ ମାରଣସ୍ତ୍ରକୁ ଫିଙ୍ଗିଦେଇ ବାଇକ୍‌ରେ ଫେରାର ହୋଇଯାଇଥିଲା। ହତ୍ୟାଘଟଣାକୁ ନେଇ ଯୋଗମାୟାଙ୍କ ମାମୁଁ ସୂର୍ଯ୍ୟମଣି ମଲିକ୍ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୧୦ ତାରିଖ ରାତି ପ୍ରାୟ ୩ଟାରେ ମାମୁଁଘର ଯାଜପୁର ଟାଉନ ଅବଦଲପୁରରେ ଲୁଚି ରହିଥିବାର ଖବର ପାଇ ସେଠାରୁ ତାକୁ ଗିରଫ କରିଥିଲା। ତେବେ ଯୋଗମାୟା ଓ ସୈାମ୍ୟ ପ୍ରକାଶ ମଧ୍ୟରେ ବର୍ଷକ ତଳୁ ଛାଡ଼ପତ୍ର ପରେ ଅଲଗା ରହୁଥିଲେ। ସାପଗାଡ଼ିଆ ଅଞ୍ଚଳରେ ରହୁଥିବା ଯୋଗମାୟା ପାଖରେ ରହୁଥିବା ପୁଅ ପାଖକୁ ସୈାମ୍ୟ ପ୍ରକାଶ ବିଭିନ୍ନ ସମୟରେ ଯାଉଥିଲେ। ଯୋଗମାୟା ଛାଡ଼ପତ୍ର ଦେବା ପରେ ଅନ୍ୟ କାହାକୁ ବାହା ହେବାର ସନ୍ଦେହ ସୈାମ୍ୟ ପ୍ରକାଶ ମନରେ ଘାରି ହେଉଥିଲା। ଏହି କାରଣରୁ ଗତ ୭ତାରିଖରେ ସେ ଯୋଗମାୟା ଘରକୁ ଯାଇ ତୁ ମୋର ହେଲୁନି ମାନେ ଆଉ କାହାର ହେବୁନି ବୋଲି ଧମକ ଦେଇ ଆସିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ତଦନ୍ତକାରୀ ଅଧିକାରୀ ପବିତ୍ର ମୋହନ ମହାରଣା ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.