ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅଧିନ ବିଭିନ୍ନ କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ କରାଯାଇଛି । ବିଦ୍ୟାଳୟ ପ୍ରତି ପିଲା ମାନଙ୍କୁ ଆକୃଷ୍ଟ କରିବା ଏବଂ ଡ୍ରପ୍ ଆଉଟ୍ ରୋକିବା ପାଇଁ ଆସ ସ୍କୁଲ ଯିବା, ପଢିବା, ଗଢିବା ଏପରି ସ୍ୱାଗତ ଓ ସଚେତନତା ସଙ୍ଗୀତ ଗାନ କରି ଶିକ୍ଷା ସଚେତନତା ରଥ ବିଭିନ୍ନ ପଂଚାୟତ ପରିକ୍ରମା କରିଛି । ବ୍ଲକ ଶିକ୍ଷାଧିକାରୀ ଡ.ସୁକୀର୍ତି କରଙ୍କ ତତ୍ୱାବଧାନ ଓ ବିଆରସିସି ହରେକୃଷ୍ଣ ଆପଟ୍ଟଙ୍କ ସଂଯୋଜନାରେ ଏହି ରଥ ବିଭିନ୍ନ ଗ୍ରାମ ପରିକ୍ରମା କରୁଛି । ଏହି ଅବସରରେ କାଦବରାଙ୍ଗ କ୍ଲଷ୍ଟର ଅଧିନ ବାଙ୍କତୀରା ସରକାରୀ ଉପ୍ରା ଓ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପରିକ୍ରମା ରଥକୁ ସ୍ୱାଗତ କରାଯାଇଥିଲା । ସ୍ୱାଗତ ବେଳେ ବାଙ୍କତୀରା ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାତ୍ର, ଶିକ୍ଷକ ନୃସିଂହ ଆଇଚ, ପାର୍ଥ ସାରଥୀ ମୁଦୁଲି, ଗୟାଧର ସାମଲ, ଶିକ୍ଷୟିତ୍ରୀ ଲିଜାସ୍ମିତା ଦାସ, ସୁଶୀଳା ନାୟକ ଏବଂ ବାଙ୍କତୀରା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ଭୂୟାଁ, ଶିକ୍ଷକ ଦେବେନ୍ଦ୍ର ଦାଶ, ଶିକ୍ଷୟିତ୍ରୀ ସଂଯୁକ୍ତା ସ୍ୱାଇଁଙ୍କ ସମେତ ପରିଚାଳନା କମିଟିର କର୍ମକର୍ତା, ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ । ସେହିପରି କାଦବରାଙ୍ଗ କ୍ଲଷ୍ଟର ଅଧିନ ବନ୍ତଳା ନୋଡାଲ ଉପ୍ରା ବିଦ୍ୟାଳୟ ଏବଂ ଅଣିଜୋ କ୍ଲଷ୍ଟର ଅଧିନ କୁସୁନ ନଗର ନୋଡାଲ ଉପ୍ରା ବିଦ୍ୟାଳୟ ପକ୍ଷରୁ ଶିକ୍ଷା ସଚେତନତା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।







