Home ଜିଲ୍ଲା ପରିକ୍ରମା ଶିକ୍ଷା ବ୍ୟବସ୍ଥା ନୈତିକ ଓ ବିଜ୍ଞାନ ମୂଲ୍ୟବୋଧ ଭିତିକ ହେବା ବାଞ୍ଛନୀୟ, ଦ୍ୱାଦଶ ଭଦ୍ରକ ମହୋତ୍ସବ...

ଶିକ୍ଷା ବ୍ୟବସ୍ଥା ନୈତିକ ଓ ବିଜ୍ଞାନ ମୂଲ୍ୟବୋଧ ଭିତିକ ହେବା ବାଞ୍ଛନୀୟ, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ପଂଚମ ସନ୍ଧ୍ୟା

34

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା, ବ୍ୟକ୍ତିତ୍ୱ ଗଠନ ତଥା ମଣିଷର ସର୍ବାଙ୍ଗୀନ ଉନ୍ନତି ସାଧନରେ ସହାୟକ ହୋଇଥାଏ ।ଏହାଦ୍ୱାରା ଶିଶୁଟିଏ ଭବିଷ୍ୟତରେ ସଫଳ ନାଗରିକ ହେବା ସହ ତା\’ ବ୍ୟକ୍ତିତ୍ୱରେ ମାନବିକ ମୂଲ୍ୟବୋଧ ଫୁଟି ଉଠେ । ମାତ୍ର ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥା , କେବଳ ଡିଗ୍ରୀ ପ୍ରଦାନ ସହ ବ୍ୟବସାୟିକ ହୋଇ ମଣିଷ ତିଆରି ଠାରୁ ଦୂରେଇ ଯାଇଛି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ପଂଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମହୋତ୍ସବର ପଂଚମ ସଂନ୍ଧ୍ୟାରେ \” ଆଜିର ଶିକ୍ଷା ବ୍ୟବସ୍ଥା ମଣିଷ ତିଆରିରେ କେତେ ସଫଳ’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ । ମହୋତ୍ସବର ଉପଦେଷ୍ଟା ଶିକ୍ଷାବିତ ଗୟାଧର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ରାମଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା, ନାଟ୍ୟକାର ତଥା କବି ଅଧ୍ୟାପକ ରମାକାନ୍ତ ନାୟକ,ଅବସର ପ୍ରାପ୍ତ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା , ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସି.ଆର.ସି.ସି.ସରୋଜ କୁମାର ଓଝା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ଓ ସଂଯୁକ୍ତା ଯାଦବ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ । କବୟିତ୍ରୀ ମମତା ଦାଶ ସଂଯୁକ୍ତା ବଳ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ବିଶ୍ୱମ୍ବର ପଣ୍ଡା ଅତିଥି ପରିଚୟ ଓ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଏବଂ ମହୋତ୍ସବ ସହ ସମ୍ପାଦିକା ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ଓ ଶିକ୍ଷୟିତ୍ରୀ ମନୋରମା ରାୟ ସ୍ୱାଗତ ସଙ୍ଗୀତ ପରିବେଷଣ ଏବଂ ବାବୁଲାଲ ଦାସ ବେଦ ପାଠ କରିଥିଲେ । ମହୋତ୍ସବର ସଭାପତି ଇଂ.ଅଭୟ ସୂତାର ଉତ୍ସବ ସଂଯୋଜନା ଓ ସମ୍ପାଦକ ରବିନାରାୟଣ ଖିଲାର ମଂଚ ଓ ଉତ୍ସବ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.