ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମଣିଷର ସର୍ବାଙ୍ଗୀନ ଉନ୍ନତି ସାଧନରେ ଶିକ୍ଷା, ବ୍ୟକ୍ତିତ୍ୱ ଗଠନ କରିବା ସହିତ ଉର୍ନତି କରିବା ପାଇଁ ସହାୟକ ହୋଇଥାଏ।ଏହାଦ୍ୱାରା ଶିଶୁଟିଏ ଭବିଷ୍ୟତରେ ସଫଳ ନାଗରିକ ହେବା ସହ ତା’ ବ୍ୟକ୍ତିତ୍ୱରେ ମାନବିକ ମୂଲ୍ୟବୋଧ ଗଢି ଉଠିଥାଏ ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । କମିଟି ର ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଗୟାଧର ପଣ୍ଡା ଯୋଗଦେଇ କହିଛନ୍ତି ସାମ୍ବାଦିକ ମାନଙ୍କର ଏଭଳି ସମାଜକୁ ଯୁଗଉପଯୋଗୀ ବାର୍ତା ଅତ୍ୟନ୍ତ ପ୍ରଶଂସନୀୟ ଓ ଏହା ଏକ ମହତ କାର୍ଯ୍ୟ ବୋଲି କହିଥିଲେ । କମିଟିର ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ମଂଚ ଆମନ୍ତ୍ରଣ ,ଉପଦେଷ୍ଟା ଜାନକୀ ପାଢ଼ୀ ସ୍ୱାଗତ ଭାଷଣ , ଉପସଭାପତି ମନାରମା ରାୟ ଅତିଥି ପରିଚୟ ପ୍ରଦାନ, ଅଞ୍ଜନା ମିଶ୍ର ଓ ଶଶିକଳା ମିଶ୍ର ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ବ୍ୟାଚ ପ୍ରଦାନ ଓ ବେଦ ପାଠ କରିଥିଲେ ଅନିଶା ଚକ୍ରବର୍ତୀ । ଅନ୍ୟମାନଙ୍କ ମଧ୍ୟରେ କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି, ଉପଦେଷ୍ଟା ସ୍ମୁତିରଞ୍ଜନ ସାହୁ ଜଗବନ୍ଧୁ ବେହେରା,ଅତିଶ ଦାସ,ଜୟ ଜଗନ୍ନାଥ ମଲ୍ଲିକ,ପ୍ରଭାତ ଦାସ,ସନାତନ ରାଉତ ମଳୟ ପରିଡ଼ା,କମଳ ଲୋଚନ ପଣ୍ଡା ଶୁଭଦିପ ମଲ୍ଲିକ,ସୀତାକାନ୍ତ ପାଢ଼ୀ, ବିଜୟ କୁଅଁର,ସୁଭ୍ରକାନ୍ତ ରାଉତ ରାୟ,ସୀତାକାନ୍ତ ପାଢ଼ୀ, ଆବାହକ ଅବିନାଶ ପଣ୍ଡା, ,ଅଜୟ ପଣ୍ଡା,ରାଜେଶ ଦାସ, ଶୁଭଦୀପ ମଳ୍ପିକ, ରମେଶ ପାଗଳ, ରାମନାରାୟଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଂସ୍କୃତିକ ସମ୍ପାଦକ ପ୍ରଭାତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଦର୍ଶନ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ଶିକ୍ଷା ବ୍ୟକ୍ତିତ୍ୱ ଗଠନ ଦିଗରେ ସହାୟକ ହୋଇଥାଏ, ନବମ ଭଦ୍ରକ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା