Home ଜିଲ୍ଲା ପରିକ୍ରମା ଶିକ୍ଷାବିତ ନିତ୍ୟାନନ୍ଦ ବିଶ୍ୱାଳ ପାଠାଗାର ଉଦଘାଟନ ଓ ଶ୍ରୀ ଜଗନ୍ନାଥଙ୍କ ବତିଶି ବେଶ କାର୍ଯ୍ୟକ୍ରମରେ ଧାମନଗର...

ଶିକ୍ଷାବିତ ନିତ୍ୟାନନ୍ଦ ବିଶ୍ୱାଳ ପାଠାଗାର ଉଦଘାଟନ ଓ ଶ୍ରୀ ଜଗନ୍ନାଥଙ୍କ ବତିଶି ବେଶ କାର୍ଯ୍ୟକ୍ରମରେ ଧାମନଗର ଉତ୍ସବ ମୁଖର

3

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ସରକାରି ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷାବିତ ନିତ୍ୟାନନ୍ଦ ପାଠାଗାର ର ଶୁଭ ଉଦ୍ଘାଟନ ସହିତ ଜୟନଗର ପଡିଆ ରେ ଶ୍ରୀ ଜଗନ୍ନାଥ ଙ୍କ ବତିଶି ବେଶ ଓ ବିଶ୍ୱଶାନ୍ତି ଯଜ୍ଞ ଆଜି ଠାରୁ ଆରମ୍ଭ ହୋଇଛି। ତିନି ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ।ରବିବାର ସକାଳେ ଧାମନଗର ସ୍ଥିତ ରାମ ମନ୍ଦିର ନିକଟସ୍ତ ‘ଜ ‘ ନଦୀ ରୁ ମହିଳାଙ୍କ ଦ୍ୱାରା ୧୦୮ କଳସ ରେ ପାଣି ନିଆ ଯାଇ ବଜାର ପରିକ୍ରମା କରି ଯଜ୍ଞ ସ୍ଥଳ ରେ ପହଂଚିଥିଲେ । ଭଜନ କୀର୍ତନ ଘଂଟ କରତାଳି ରେ ସମଗ୍ର ଧାମନଗର ଉତ୍ସବ ମୁଖର ହୋଇ ଉଠିଥିଲା। ଶ୍ରୀକ୍ଷେତ୍ର ପୁରୀ ଓ ନୀଳଗିରି ରେ ଶ୍ରୀ ଜଗନ୍ନାଥ ମନ୍ଦିର ର ପୂଜକ ମାନଙ୍କ ଦ୍ୱାରା ଶ୍ରୀ ବିଷ୍ଣୁ ବିଶ୍ୱ ଶାନ୍ତି ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସର ରେ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାଏ ଯୋଗ ଦେଇ ଥିଲେ।ଧାମନଗର ପରି ଜାଗାରେ ପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ଶୁଭଦ୍ରା ଙ୍କ ବତିଶି ବେଶ କରା ଯାଇ ଏକ ଭକ୍ତି ପରିବେଶ ସୃଷ୍ଟି କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ଏହି ଅବସର ରେ ସଂଧ୍ୟା ରେ ଶ୍ରୀଜଗନ୍ନାଥ ସଂସ୍କୃତି ପୁରୀ ର ଗବେଶକ ମନୋଜ ପ୍ରଧାନ ପ୍ରବଚନ ପ୍ରଦାନ କରିଥିଲେ ।ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବେବସ୍ତା କରା ଯାଇଛି।ଅପରାହ୍ନ ୩ ଟା ରେ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ କରା ଯାଇଥିଲା।ଉକ୍ତ ଅଂଚଳ ପାଇଁ ଏହି ଧର୍ମୀୟ କାର୍ଯ୍ୟକ୍ରମ ନୂଆ ହୋଇ ଥିବାରୁ ସମସ୍ତ ଙ୍କ ର ସହଯୋଗ କାମନା କରା ଯାଇଥିଲା । ଏହି ସାମ୍ୱାଦିକ ସମ୍ମିଳନୀ ରେ କମିଟି ର ସଭାପତି ରସାନନ୍ଦ ମହାପାତ୍ର ଙ୍କ ସମେତ ଜୟନ୍ତ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ରବୀନ୍ଦ୍ର ଜେନା, ଅମ୍ବୁଜା ପ୍ରସାଦ ନାୟକ , ପ୍ରଶାନ୍ତ ପରିଡ଼ା,ରଞ୍ଜିତି ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.