Home ଜିଲ୍ଲା ପରିକ୍ରମା ଶିକ୍ଷାବିତ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିରେ ମେଗା ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ

ଶିକ୍ଷାବିତ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିରେ ମେଗା ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ

10

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ତଥା ଧାମରା ଅଂଚଳର ବରିଷ୍ଠ ଶିକ୍ଷାବିତ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିରେ ଆଜି ଏକ ମେଗା ରକ୍ତଦାନ ଶିବିର ଜାଗୁଳା ଗ୍ରାମପଂଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ତଥା ବରିଷ୍ଠ ଶିକ୍ଷାବିତଙ୍କ ଉଦ୍ୱେଶରେ ହୋଇଥିବା ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଧାମରା ମେରାଇନ ଥାନାର ଥାନାଧିକାରୀଣୀ ପ୍ରିୟଦର୍ଶନୀ ଖଟୁଆ,ସମ୍ମାନୀତ ଅତିଥି ଭାବେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ,ଧାମରା ମେଡିକାଲର ଡାକ୍ତର ଜନ୍ମେଞ୍ଜୟ ବେହେରା, କ୍ରିଷ୍ଣ ନାୟକ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଆରମ୍ଭ କରିଥିବା ଅବସରରେ ଜାଗୁଳା ପଂଚାୟତର ତ୍ରିଦିବେଶ ପ୍ରଧାନ,ଧାମରା ଜିପି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜିତ ପଳିତା ,ସନ୍ଦୀପ ପତି ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ଶିବିରରେ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଭଦ୍ରକ ବ୍ଲଡ ବ୍ୟାଙ୍କର ରବିନ୍ଦ୍ର କୁମାର ଜେନା, ରତିକାନ୍ତ ବଳ, ଶୁଭଶ୍ରୀ ନାୟକ, ବଳରାମ ପୁହାଣ ଏବଂ ଏସ କେ ବୁଦ୍ଧିଆ ପ୍ରମୁଖ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ସଂଗ୍ରହ କରିଥିଲେ। ଜାଗୁଳା ପଂଚାୟତର ପର୍ସୁରାମ ସେଠୀ, ଜ୍ଞାନ ରଞ୍ଜନ ମଲିକ, ସମ୍ବିତ ନାୟକ, ବସନ୍ତ ଖିଲାର, ଗଗନ ବେହେରା, ସତ୍ୟବ୍ରତ ସେଠୀ, ରାଜକୁମାର କାଣ୍ଡାର, ଦେବଦତ ବିଶ୍ୱାଳ, ଟୁକୁନା ଜେନା, ଦୀପକ ବେହେରା,ପ୍ରଦ୍ୱୀପ ସେଠୀ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.