ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅବସରପ୍ରାପ୍ତ ଶିକ୍ଷାବିତ୍ ବିଦ୍ୟାଧର ନାୟକ ଙ୍କ ସ୍ମୃତି କୁ ମନେ ରଖିବା ପାଇଁଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ଟିକୁ ଶିକ୍ଷାବିତ୍ ସାଧୁ ଚରଣ ନାୟକ ଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ୱର୍ଗତ ବିଦ୍ୟାଧର ନାୟକ ଙ୍କ ପୁତ୍ର ଓ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୃଷ୍ଣ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ବାରିକ,ଗୋଲଖ ଚନ୍ଦ୍ର ରାଉତ, ସମାଜସେବୀ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶିକ୍ଷକ ବସନ୍ତ କୁମାର ପଲ୍ଲାଇ,ଗୟାଧର ନାୟକ, ଖଗେଶ୍ୱର ପାଢ଼ୀ, ପ୍ରଫୁଲ୍ଲ ବାରିକ, ଚାନ୍ଦବାଲି ଓଷ୍ଟା ର ସଭାପତି ତଥା ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମୁଦୁଲି,ପଞ୍ଚମୁକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା, ପ୍ରଦୀପ ପଲାଇ ଙ୍କ ସମେତ ଶତାଧିକ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ।








