ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରୁ ଅଜ୍ଞାନ ତାର ଅନ୍ଧକାର ଦୂର କରି ଶିକ୍ଷାର ଆଲୋକ ବର୍ତିକା ପ୍ରଜ୍ଜ୍ୱଳିତ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ତଥା ପରୋପକାରୀ ସ୍ୱର୍ଗତ ଉମାକାନ୍ତ ପଣ୍ଡାଙ୍କ ୧୧ ତମ ଶ୍ରାଦ୍ଧ ଦିବସ ଦଳାଙ୍ଗ ପଂଚାୟତ ର ଡାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସ୍ମୃତି ସଭାରେ ଅଂଚଳର ବିଶିଷ୍ଟ ବ୍ୟକ୍ତି ଡ଼ା,ରାମ ଚନ୍ଦ୍ର ପଣ୍ଡା,ପୂର୍ବତନ ସରପଂଚ ବିରେନ୍ଦ୍ର ବାରିକ, ଶିକ୍ଷା ବିତି ନିତ୍ୟାନନ୍ଦ ଘଡାଇ,ନାରାୟଣ ନାୟକ, କୃଷ୍ଣଚନ୍ଦ୍ର ନାୟକ, ଚୈତନ୍ୟ ରାଉତ,ପ୍ରମୋଦ ରାଉତ, ରମା କାନ୍ତ ପଣ୍ଡା,ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏମ ଡି ହବିବୁଲ କରିମି,ନିତ୍ୟାନନ୍ଦ ରାଉତ,ଗୌରାଙ୍ଗ ପରିଡା,ସାମ୍ବାଦିକ ପ୍ରଦୀପ ମହାପାତ୍ର,ବାସୁଦେବ ପାତ୍ର,ଭାଗିରଥି ପଣ୍ଡା ଅତିଥିମାନେ ଯୋଗ ଦେଇଥିଲେ। ସ୍ୱର୍ଗତ ପଣ୍ଡାଙ୍କ ଶିକ୍ଷା ପ୍ରତି ଥିବା ନିଷ୍ଠା ଏବଂ ସମାଜ ପ୍ରତି ଥିବା ଅବଦାନକୁ ମନେ ପକାଇ ଅତିଥିମାନେ କହିଥିଲେ ଯେ, “ବ୍ୟକ୍ତିର ମୃତ୍ୟୁ ଘଟେ ସତ, କିନ୍ତୁ ତାଙ୍କର ଆଦର୍ଶ ଓ ସେବା କାର୍ଯ୍ୟ ସମାଜରେ ସବୁଦିନ ପାଇଁ ଅମର ହୋଇ ରହିଥାଏ। ଉମାକାନ୍ତ ପଣ୍ଡାଙ୍କ ସେବାମୟ ଜୀବନର ସ୍ମୃତିକୁ ସମ୍ମାନ ଜଣାଇ ‘ଉମାକାନ୍ତ ସ୍ମୃତି ପରିଷଦ’ ପକ୍ଷରୁ ଏକ ମହତ କାର୍ଯ୍ୟ କରାଯାଇଛି। ଏହି ଅବସରରେ ଅଂଚଳର ବହୁ ଅସହାୟ ଓ ଗରିବ ଲୋକଙ୍କୁ ଶୀତବସ୍ତ୍ର (କମ୍ବଳ) ବଂଟନ କରାଯାଇଥିଲା। ପରିଷଦର ଏହି ସେବା ମନୋଭାବକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।କବି ବିଶ୍ୱନାଥ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଦୀପ କୁମାର ପଣ୍ଡା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ ଶେଷରେ ଉମାକାନ୍ତ ସ୍ମୃତି ପରିଷଦର ପ୍ରତାପ କୁମାର ପଣ୍ଡା ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଶିକ୍ଷାବିତ୍ ଉମାକାନ୍ତ ପଣ୍ଡାଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଗରିବଙ୍କୁ କମ୍ବଳ ବଂଟନ ସହ...








