Home ଜିଲ୍ଲା ପରିକ୍ରମା ଶିକ୍ଷାଗୁରୁ ବାବାଜୀ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ସଭା ଓ ସ୍ମରଣିକା ଉନ୍ମୋଚନ

ଶିକ୍ଷାଗୁରୁ ବାବାଜୀ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ସଭା ଓ ସ୍ମରଣିକା ଉନ୍ମୋଚନ

18

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ନୋଡାଲର ପୂର୍ବତନ ଶିକ୍ଷକ ସ୍ୱର୍ଗତ ବାବାଜୀ ଚରଣ ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ସ୍ମୃତି ଚାରଣ ସଭା ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଶିକ୍ଷାବିତ ଲକ୍ଷ୍ମୀଧର ଦାଶଙ୍କ ସଂଚାଳନ ରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ପଣ୍ଡିତ ବିରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମାଜରେ ବାପା ମା ଙ୍କୁ ଅନେକ ପୁଅ ବହୁ ଜୀବିତ ଅବସ୍ଥା ରେ ଭଲ ଖାଇବା ଓ ପିନ୍ଧିବାକୁ ଦିଅନ୍ତି ନାହିଁ ମାତ୍ର ମଲାପରେ ଅନେକ ଲୋକ ଦେଖାଣୀଆ କାର୍ଯ୍ୟ କରିଥାନ୍ତି ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ। କବୟିତ୍ରୀ ଝରଣା ପଟ୍ଟନାୟକ ମୁଖ୍ୟବକ୍ତା, ଫେଲୋସିପ ମୁଖ୍ୟ ଏସ ଏମ ଫାରୁକ ବରେଣ୍ୟ ଅତିଥି, ଲଲାଟେନ୍ଦୁ ମହାନ୍ତି ସମ୍ମାନୀତ ଅତିଥି ଓ ପଣ୍ଡିତ ଦୟାନିଧି ମିଶ୍ର ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ବାବାଜୀ ସାରଙ୍କ ସ୍ମୃତି ଚାରଣ କରିଥିଲେ। ଶିକ୍ଷାବିତ ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୃତି କମିଟି ସମ୍ପାଦକ ରମଣୀ ରଂଜନ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ପଦ୍ମନ କୁମାର ରାୟ, କୈଳାସ ମହାପାତ୍ର, ପ୍ରାକ୍ତନ ଅଧ୍ୟାପକ ରବିନ୍ଦ୍ର ବେହୁରିଆ, ଶିକ୍ଷାବିତ ରସାନନ୍ଦ ମହାପାତ୍ର, ମହେଶ୍ୱର ସ୍ୱାଇଁ,ହୃଦାନନ୍ଦ କର, ନିରାକାର ଧଳ, ଅଭିମନ୍ୟୁ ମଲ୍ଲିକ,ନିରାକାର ରାଉତ, ଭିକାରୀ ଚରଣ ବେହେରା, ନିତ୍ୟାନନ୍ଦ ଦାସ,ବାସୁଦେବ ମହାପାତ୍ର, ଆଇନଜୀବୀ ରମେଶ ବେହେରା, ସୁବ୍ରତ ନନ୍ଦ, ସାମ୍ୱାଦିକ ସୁଧାକର ଦାଶ, ପ୍ରଦୀପ କୁମାର ମହାପାତ୍ର, ଅବସରପ୍ରାପ୍ତ କୃଷି ଅଧିକାରୀ ସନ୍ତୋଷ ପାଢ଼ୀ, ମନୋଜ ସିଂ, ସୁରେନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱର୍ଗତ ମୁରଲୀ ସାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା ସ୍ମୃତିରେ କୃତବିଦ୍ୟ ମୂରଲୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହେବା ସହ ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ଶିକ୍ଷକ ପୁରୁଷୋତମ ଦାଶ ଓ ଛାତ୍ରୀ ଅଞ୍ଜଳି ସାହୁ, ପ୍ରଜ୍ଞାବିଭାରୀ ଦାଶଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ସ୍ୱର୍ଗତ ବାବାଜୀ ବେହେରାଙ୍କ ସୁପୁତ୍ରୀ ପୁଷ୍ପାଞ୍ଜଳି ବେହେରା ସଭିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.