Home କେନ୍ଦୁଝର ଶିକ୍ଷକ ପଦୋନ୍ନତି ପ୍ରକ୍ରୀୟାରେ ଅବ୍ୟବସ୍ଥାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ

ଶିକ୍ଷକ ପଦୋନ୍ନତି ପ୍ରକ୍ରୀୟାରେ ଅବ୍ୟବସ୍ଥାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ

28

ହାଟଡ଼ିହି, ୭ । ୧୦ , :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରୀୟାରେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ହୋଇଛି । ଯାହାକୁନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶିକ୍ଷକ ମାନଙ୍କ ଅଭିଯୋଗ ଅନୁଯାଇ ସାଇନସ ଟିଜି ଓ ଆର୍ଟସ ଟିଜି ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଅଲଗା ଅଲଗା କାଉନସିଲିଂ ହେବାକଥା । କିନ୍ତୁ ତାହା କରାନଯାଇ ଜଣେ ବିଜ୍ଞାନ ଶିକ୍ଷକ ସହିତ ୪ଜଣ ଆର୍ଟସ ଶିକ୍ଷକଙ୍କୁ ଡାକି କାଉନସିଲିଂ କରାଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ଚିଠି ଅନୁଯାଇ ବିଜ୍ଞାନ ଶିକ୍ଷକଙ୍କ ସଂଖ୍ୟା କମ ଥିବାରୁ ଛାତ୍ର ଶିକ୍ଷକ ଅନୁପାତରେ କଳା ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି କରାଯିବା କଥା । କିନ୍ତୁ ସେପରିକିଛି କରାଗଲାନି । ଯେଉଁଠି ଆର୍ଟସ ଟିଜି ଶିକ୍ଷକ ଦିଆଗଲା ସେଠାରେ ବିଜ୍ଞାନ ଶିକ୍ଷକ ଦିଆଗଲାନି ଆଉ ଯେଉଁଠି ବିଜ୍ଞାନ ଦିଆଗଲା ସେଠି ଆର୍ଟସ ଶିକ୍ଷକ ଦିଆଗଲାନି । ଯାହାଦ୍ୱାରାକି ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକ ଏହି ନିଯୁକ୍ତିରୁ ବାଦ ପଡିଲେ । ସେହିପରି କାଉନସିଲିଂ ପରେ ମଧ୍ୟ ଅନେକ ଶିକ୍ଷକଙ୍କୁ ଏପଟ ସେପଟ କରାଯାଉଛି । କିଛି ସ୍କୁଲରେ ଜାଣିଜାଣି ବିବାଦ ସୃଷ୍ଟି କରିବାସହ ପଦୋନ୍ନତି ପାଇଥିବା ଶିକ୍ଷକ ମାନଙ୍କୁ ଏପଟ ସେପଟ କରାଯାଉଛି । ଫଳରେ ଅନେକ ସ୍କୁଲରେ ଏହାକୁନେଇ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ୩୦ତାରିଖରୁ କାଉସିଲିଂ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତିପତ୍ର ଦିଆଯାଇ ନଥିବା ଜଣାଯାଇଛି । ଯାହାକୁନେଇ ବିଇଓଙ୍କ କାର୍ଯ୍ୟାଳୟର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.