Home ଜିଲ୍ଲା ପରିକ୍ରମା ଶିକ୍ଷକ ନିଯୁକ୍ତି ଦାବି କରି ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ ଓ ଅଭିଭାବକ

ଶିକ୍ଷକ ନିଯୁକ୍ତି ଦାବି କରି ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ ଓ ଅଭିଭାବକ

4

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ବନ୍ଧଟିଆ ସ୍ଥିତ ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଜଣେ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ପାଠ ପଢା ଚାଲିଛି। ପ୍ରଥମ ରୁ ପଂଚମ ଶ୍ରେଣୀ ରେ ୬୫ ଜଣ ଛାତ୍ର ଛାତ୍ରୀ ଅଛନ୍ତି।ମାତ୍ର ଶିକ୍ଷକ ଅଭାବ ଯୋଗୁଁ ଶୁକ୍ରବାର ଦିନ ସ୍କୁଲ ଫାଟକରେ ଗ୍ରାମବାସୀ ଓ ଅଭିଭାବକ ଫାଟକ ରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ପାଇଁ ଦାବି ପ୍ରତିବାଦ କରିଛନ୍ତି । ଚଳିତ ବର୍ଷ ଏହି ବିଦ୍ୟାଳୟରେ ୬୫ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହି ୬୫ ପିଲାଙ୍କ ପାଇଁ ଜଣେ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି। ଏନେଇ ଗ୍ରାମଲୋକେ ଧାମନଗର ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବାରୁ ବାଧ୍ୟ ହୋଇ ଆଜି ଅଭିଭାବକ ମାନେ ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ପାଇଁ ଦାବୀ କରିଛନ୍ତି। ଶିକ୍ଷୟତ୍ରୀ ଜଣଙ୍କ ଗେଟ ରେ ତାଲା ପଡ଼ିବା ଦେଖି ଫେରିଯାଇ ବି ଇ ଓ ଅଫିସ ରେ ଚାଲିଯାଇ ଥିଲେ। ଯେ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନଦିଆଯାଇଛି, ସେ ପର୍ଯ୍ୟନ୍ତ ଫାଟକରେ ତାଲା ପକାଯିବ ବୋଲି ଗ୍ରାମବାସୀମାନେ କହିଥିଲେ।ଏନେଇ ବିଇଓ ଜଗବନ୍ଧୁ ସାହୁଙ୍କୁ ପଚରିବାରୁ କୁହନ୍ତି; ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଭିତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ଦିଆଯାଇଛି। ଧାମନଗର ବ୍ଲକରେ ୫୬ ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଯୋଗଇ ଦିଆଯାଇଛି। ତାଳପଦା କ୍ଲଷ୍ଟର ର ଏହି ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟ ପାଇଁ ଚୟନ ହୋଇଥିବା ଶିକ୍ଷକ ଜଣକ ଚାକିରୀରୁ ଅଗ୍ରାହ୍ୟ ନେଇଯାଇଥିବାରୁ ସେଥିପାଇଁ ନିଯୁକ୍ତିରେ ବାଦ ପଡ଼ିଛି। ତେବେ ବହୁତ ଶୀଘ୍ର ବିଦ୍ୟାଳୟକୁ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅପର ପକ୍ଷେ ଯେପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟ କୁ ଶିକ୍ଷକ ଦିଆ ନଯାଇଛି ସେ ଯାଏ ବିଦ୍ୟାଳୟ ଖୋଲା ଯିବନାହିଁ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.