Home କେନ୍ଦୁଝର ଶିକ୍ଷକଙ୍କ ପରଲୋକରେ ଶୋକ ପାଳନ

ଶିକ୍ଷକଙ୍କ ପରଲୋକରେ ଶୋକ ପାଳନ

134

ହାଟଡିହି-୬ /୬, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତର ବିଭିନ୍ନ ସ୍କୁଲରେ ଶିକ୍ଷକତା ଅବସର ଗ୍ରହଣ କରିଥବବା ବିଶିଷ୍ଟ ଶିକ୍ଷାବିତ ଧ୍ରୁବ ଚରଣ ନାୟକଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଧ୍ରୁବ ଚରଣ ନାୟକ ପଢ଼ିଆରିପଲ୍ଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହୁଲପଙ୍ଖା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷକତା କରି ସମସ୍ତଙ୍କର ପ୍ରୀୟପାତ୍ର ହୋଇପାରିଥିଲେ । ନିଜ ବାସଭବନ ପଦୁନା ଠାରେ ସେ ଗତ ୧ତାରିଖ ଦିନ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ତାଙ୍କ ପରଲୋକରେ କାହାଳିଆଗଡିଆଗ୍ରାମରେ ଥିବା ଏସିବି ଫାଉଣ୍ଡେସନ ପକ୍ଷରୁ ଏକ ଶୋକସଭା ଆୟୋଜନ କରାଯାଇ ସେ ଜଣେ ମେଳାପି, ଛାତ୍ରବତ୍‌ଓଳ, ଶିକ୍ଷକ ଭାବେ ଜଣାଶୁଣା ଥିଲେ ବୋଲି ଅବିହତ କରିବା ସହିତ ତାଙ୍କର ଅମରଆତ୍ମାର ସଦଗତି କାମନା କରିଥିଲେ । ଏଥିରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ ଯୋଗଦେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.