Home ଜିଲ୍ଲା ପରିକ୍ରମା ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

27

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ସାହସପୁର ପଂଚାୟତର ପନ୍ଦରବାଟିଆ ଠାରେ ଥିବା ମଦ୍ରସା କାଦରୀୟାର ଶିକ୍ଷକ ସେକ୍ ଅଜିଜୁଲ୍ ହୋସେନ୍‌କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସ୍ଥାନୀୟ ବିଦ୍ୟାଳୟ ପରିସରରେ ଦିଆଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ମଦ୍ରସା ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ସେକ୍ ନସିରୁଦ୍ଦିନ୍‌(ରାଜା) ମୁଖ୍ୟଅତିଥି ଭାବରେ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଆଫତାବ ଆଲାମ ଖାନ୍‌, ଅବଦୁଲ ଦୟାନ୍‌, ସମିମ୍ ଅଖତର, ତଜମୁଲ ମୁମତାଜ, ପ୍ରମୁଖ ଅତିଥି ଭାବେର ଯୋଗଦେଇଥିଲେ। ମଦ୍ରସାର ପ୍ରଧାନ ଶିକ୍ଷକ ସେକ୍ ସଦରୁଦ୍ଦିନ୍‌ଙ୍କ ସଭାପତିତ୍ୱରେ ଶିକ୍ଷକ ଉମରଅଲଲ୍ଲୀ ଖାନ୍ ଓ ସେକ୍ ମୁରସିଦ୍ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ସେକ୍ ନସିରୁଦ୍ଦିନ୍ କହିଥିଲେ ରାଜ୍ୟରେ ପ୍ରଚଳିତ ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥାରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ପାଇଁ ସରକାରଙ୍କର କୌଣସି ଅବସରକାଳୀନ ସୁବିଧା ଦେଉନଥିବାବେଳେ ଭଦ୍ରକ ଜିଲ୍ଳା ମଦ୍ରସା ଶିକ୍ଷକ ସଂଘର ଶିକ୍ଷକମାନେ ମାଗଣକରି ଅବସର ନେଉଥିବା ଶିକ୍ଷକଙ୍କୁ ଅର୍ଥରାଶି ପ୍ରଦାନ କରନ୍ତି। ତେବେ ରାଜ୍ୟସରକାର ଅବସର ନେଉଥିବା ସମସ୍ତ ଶିକ୍ଷକ ମାନଙ୍କୁ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ। ଅବସରନେଇଥିବା ଶିକ୍ଷକଙ୍କୁ ମଧ୍ୟ ମାଗଣକରି ୫୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ପରେ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅବସରନେଇଥିବା ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ରଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.