Home ଜିଲ୍ଲା ପରିକ୍ରମା ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବିଇଓଙ୍କ ନିକଟରେ ଅଭିଯୋଗ

ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବିଇଓଙ୍କ ନିକଟରେ ଅଭିଯୋଗ

7

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ପଳିକିରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ନାୟକଙ୍କ ଅନ୍ୟତ୍ର ବଦଳି ପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗରୁ ମୁତାବକ ସହକାରୀ ଶିକ୍ଷକ ଅଶୋକ କୁମାର ନାୟକ ପଳିକିରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ ହେବ ଏହି ଗୋଟାଏ ସ୍କୁଲରେ ଶିକ୍ଷକତା ଭାବେ ରହିଆସିଛନ୍ତି। ତାହା ସହ ସେହି ଗ୍ରାମରେ ଘର ହୋଇଥିବାରୁ ପିଲାଙ୍କୁ ପାଠ ସଠା ପଢାନ୍ତି ନାହିଁ ମାନମାନି କରନ୍ତି। ବିଭିନ୍ନ ସମୟରେ ଛୁଟି ନନେଇ ଅଧାରୁ ସ୍କୁଲ ଛାଡି ନିଜ କାର୍ଯ୍ୟରେ ବ୍ଲକ ଓ ତହସିଲ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥାନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶା ଯାଇଛି। ଅନ୍ୟପକ୍ଷେ ପ୍ରଧାନ ଶିକ୍ଷକଙ୍କ ସହିତ ତାଙ୍କର ମତଭେଦ ଦେଖିବାକୁ ମିଳିଥାଏ। ଏହାକୁ ନେଇ ବିଇଓଙ୍କ ନିକଟରେ ଅଭିଯୋଗ ହେବା ପରେ ଏବିଓ ସତ୍ୟସୁନ୍ଦର ପରିଡ଼ାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବିଓ ଶ୍ରୀ ନାୟକଙ୍କୁ ଘଟଣାର ସତ୍ୟାସତ୍ୟ ଲିଖିତ ଜଣାଇବା ପାଇଁ କହିଥିଲେ। ଏହି ସବୁ ଘଟଣାକୁ ନେଇ ଆଜି କିଛି ସ୍କଲ ପରିଚାଳନା କମିଟି ମେମ୍ବର ପକ୍ଷରୁ ଅଶୋକ କୁମାର ନାୟକଙ୍କୁ ଅନ୍ୟତ୍ର ବଦଳି କରିବାକୁ ବିଇଓ ଅଫିସରେ ଅଭିଯୋଗ କରିଛନ୍ତି। ଏଥିରେ ସଭାପତି ସୁଧାକର ମାଝୀ, ଗୌରାଙ୍ଗ ଦାଶ, ଦିଲ୍ଲୀପ ପତି, ମଦନ ମୋହନ ସାହୁ, ରତ୍ନାକର ବେହେରା, ସଞ୍ଜୀବ ବେହେରା, ରାଜେଶ ଯେନା ଆଦି କମିଟିର ସଭ୍ୟ ଓ ସଭ୍ୟାଙ୍କ ପ୍ରତିନିଧି ମାନେ ବିଇଓଙ୍କୁ ଭେଟି ସ୍କୁଲକୁ ବଦନାମ କରୁଥିବା ଶିକ୍ଷକଙ୍କୁ ତୁରନ୍ତ ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଥିଲେ।ତେବେ ଏନେଇ ଶିକ୍ଷକ ଅଶୋକ ନାୟକଙ୍କୁ ପଚାରିବାରୁ କୁହନ୍ତି ମୋ ନାମରେ ଯେଉଁ ଅଭିଯୋଗ ହେଉଛି ତାହାର କୌଣସ ସତ୍ୟାସତ୍ୟ ନାହିଁ। ଥରେ ତହସିଲରେ କାମ ଥିଲା ଏଣୁ ମୁଁ ଛୋଟି ଦରଖାସ୍ତଟି ସ୍କୁଲ ପିଲାଙ୍କ ହାତରେ ପ୍ରଧାନ ଶିକ୍ଷକଙ୍କ ପାଖକୁ ପଠାଇଥିଲି। ପିଲା ଲେଟରେ ଦେବାରୁ ମୋ ନାମରେ କେହି ବିଇଓଙ୍କ ନିକଟରେ ଅଭିଯୋଗ କରିଦେଇଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.